ବିଜୟଙ୍କ ପରେ ରଶ୍ମିକା କଲେ ସ୍ଵୀକାର, କହିଲେ- ସମସ୍ତେ ଜାଣିଛନ୍ତି ସେ କିଏ...

Published By : Prameya-News7 Bureau | November 26, 2024 IST

ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା । କିଛି ସମୟ ହେବ ବିଜୟ ଦେବରକୋଣ୍ଡାଙ୍କ ସହ ସମ୍ପର୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ବିଜୟ ନିଶ୍ଚିତ କରିଛନ୍ତି ଯେ ସେ ଏକ ସଂପର୍କରେ ଅଛନ୍ତି। ଏହି ସମୟରେ ରଶ୍ମିକା ଏବଂ ବିଜୟଙ୍କ ଲଞ୍ଚ ଡେଟ୍‌ର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ରବିବାର ଦିନ, ସମସ୍ତଙ୍କ ସାମ୍ନାରେ ରଶ୍ମିକା ମନ୍ଦନା ନିଜ ପ୍ରେମ ବିଷୟରେ କହିଥିଲେ । ଯାହାକୁ ଶୁଣିବା ପରେ ଦର୍ଶକ ଉତ୍ସାହିତ। 

ଚେନ୍ନାଇର ଏକ ସୋ'ରେ ପୁଷ୍ପା ୨ ଗୀତର ଲଞ୍ଚ ବେଳେ ହୋଷ୍ଟ ତାଙ୍କୁ ତାଙ୍କ ବୟଫ୍ରେଣ୍ଡ ବିଷୟରେ ପଚାରିଥିଲେ "ଆପଣ ଫିଲ୍ମ ଇଣ୍ଡଷ୍ଟ୍ରୀର କାହାକୁ ବିବାହ କରିବେ, ନା ଆପଣଙ୍କ ସ୍ବାମୀ ଫିଲ୍ମ ଇଣ୍ଡଷ୍ଟ୍ରୀର ହେବା ଦରକାର । ଯଦି ତାଙ୍କ ବିଷୟରେ କିଛି ସୂଚନା ଦେବେ, ତେବେ ସେ କିଏ ଆମେ ଜାଣିପାରିବୁ "। ସେତେବେଳେ ରଶ୍ମିକା କହିଥିଲେ, "ସେ କିଏ, ସେକଥା ସମସ୍ତେ ଜାଣିଛନ୍ତି ।" ଏତିକି କହିବା ପରେ ତଳେ ବସିଥିବା ସମସ୍ତ ଦର୍ଶକ ଖୁବ ଜୋରରେ ହୋହଲ୍ଲା କରିବାକୁ ଲାଗିଥିଲେ । ତାଙ୍କ ସହ ଅଲ୍ଲୁ ଅର୍ଜୁନ ମଧ୍ୟ ଖୁବ ହସିଥିଲେ । ରଶ୍ମିକା ଆହୁରି ମଧ୍ୟ କହିଥିଲେ, ମୁଁ ଜାଣିଛି ତୁମେ କେଉଁ ଉତ୍ତର ମୋ ଠାରୁ ଆଶା କରୁଛ । ରଶ୍ମିକା କହିଥିଲେ , "ଏବେ ନୁହେଁ, ବ୍ୟକ୍ତିଗତ ଭାବରେ ମୁଁ ଆପଣଙ୍କୁ ତାଙ୍କ ବିଷୟରେ ଜଣାଇଦେବି " । 
ତେବେ କିଛିଦିନ ତଳେ ବିଜୟ ଦେବରକୋଣ୍ଡା ଏକ ଷ୍ଟେଜରେ କହିଥିଲେ, ସେ ସିଙ୍ଗଲ ନାହାନ୍ତି, ବରଂ ଏକ ରିଲେସନସିପରେ ଅଛନ୍ତି । ତେଣୁ ଉଭୟ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡା ରିଲେସନସିପରେ ଥିବା ନେଇ ଫ୍ୟାନମାନଙ୍କ ଭିତରେ ବେଶ ଚର୍ଚ୍ଚା ଲାଗିରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.