ଶୀତ ଅଧିବେଶନ ପ୍ରଥମ ଦିନରୁ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | November 26, 2024 IST

ଭୁବନେଶ୍ୱର ୨୬।୧୧ : ବିଧାନସଭା ଶୀତ ଅଧିବେଶନ । ପ୍ରଥମ ଦିନରୁ ଗୃହରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା । ଶେଷରେ ବାଚସ୍ପତି ଅପରାହ୍ନ ୪ ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । 

ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ପୂର୍ବାହ୍ନ ସମୟରେ ପ୍ରଥମେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାପରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ହେଲେ ବିରୋଧୀ ଦଳ ଆମ୍ବଟାକୁଆ ପ୍ରସଙ୍ଗ ଉଠାଇଥିଲେ । ଯାହାକୁ ନେଇ ଗୃହରେ ହୋହାଲ୍ଲା ଏବଂ ହଟ୍ଟଗୋଳ ହୋଇଥିଲା । ଏପିରିକି ପ୍ରଥମେ ଗୃହକୁ ୧୨ଟା ୨୫ ମିନିଟ୍‌ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ମୁଲତବୀ ସମୟ ପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ୨ୟ ଥର ଗୃହ ଆରମ୍ଭ ହେବା ମାତ୍ରେ ସମ୍ବିଧାନରେ ନିରପେକ୍ଷ ଓ ସମାଜବାଦ ଶବ୍ଧ ନରହିବା ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଧାୟକଙ୍କ ମତରେ ଏହି ଅତ୍ୟନ୍ତ ଦୁଃଖଦାୟକ । ଏହି ମାନସିକତା କଣ ? ଏହାକୁ ବିଧାନସଭାରୁ ପ୍ରତ୍ୟାହାର କରାଯିବା ସହ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ମଧ୍ୟ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.