ଏଆର୍‌ ରହମାନଙ୍କ ଟିମ୍‌ ଜାରି କଲେ ନୋଟିସ୍‌, ୨୪ ଘଣ୍ଟା ଭିତରେ ଆପତ୍ତିଜନକ ପୋଷ୍ଟ ଡିଲିଟ କରିବାକୁ ଦେଲେ ଚେତାବନୀ

Published By : Prameya-News7 Bureau | November 25, 2024 IST

ମୁମ୍ଵାଇ ୨୫।୧୧; ଓସ୍କାର ବିଜେତା ସଙ୍ଗୀତକାର ଏଆର୍‌ ରେହମାନ। ବର୍ତ୍ତମାନ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ପତ୍ନୀ ସାଇରା ବାନୁଙ୍କ ସହ ଛାଡ଼ପତ୍ର ଘୋଷଣା କରିଛନ୍ତି। ଯାହାକୁ ନେଇ ନା ନା ଗସିପ୍‌ ହେଉଛି। ବର୍ତ୍ତମାନ ଏହାକୁ ନେଇ ଖୁବ୍‌ ରାଗି ଯାଇଛନ୍ତି ସିଙ୍ଗର୍‌ । 

ଏଆର୍ ରେହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର କଣ୍ଟେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆପିତ୍ତି ଉଠାଇଛନ୍ତି ଏଆର୍ ରେହମାନ। ଏହିପରି ଖବର ସେୟାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ ବିଜ୍ଞପ୍ତି ଜାରି କରିଛନ୍ତି । ଏକ୍ସରେ ରେହମାନ ଏକ ନୋଟିସ୍‌ ଜାରି କରିଛନ୍ତି। 

ଏଥିରେ ଏଆର୍‌ ରେହମାନଙ୍କ ବିରୋଧରେ ଅନେକ ମିଥ୍ୟା ଗୁଜବ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚେତାବନୀ ମଧ୍ୟ ଦିଆଯାଇଛି। ୨୪ ଘଣ୍ଟା ଭିତରେ ଏଭଳି ଆପତ୍ତିଜନକ କଣ୍ଟେଣ୍ଟ ହଟାଇବାକୁ ଏଆର୍‌ ରେହମାନ କହିଛନ୍ତି। ଯଦି ଏଭଳି ନକରାଯାଏ ତେବେ ଧାରା ୩୫୬ ଅନୁଯାୟୀ ଅପରାଧିକ ମାନହାନୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.