ବେକାର ହୋଇଯିବ ଆପଣଙ୍କ 'ପାନ୍' କାର୍ଡ; ଅପଗ୍ରେଡ୍ କରିବାକୁ ଯାଉଛି କେନ୍ଦ୍ର

Published By : Prameya-News7 Bureau | November 26, 2024 IST

ନୂଆଦିଲ୍ଲୀ: ପାନ୍ କାର୍ଡର ବଦଳିବ ରୂପରେଖ । ବେକାର ହୋଇଯିବ ପୁରୁଣା କାର୍ଡ । କ୍ୟୁବାର କୋଡ୍ ସହିତ ଆସିବ ପାନ୍ ।  କେନ୍ଦ୍ର କ୍ୟାବିନେଟ୍ ପାନ୍ କାର୍ଡକୁ ଅପଗ୍ରେଡ୍ କରିବାକୁ ଯାଉଛି । ଏନେଇ ସୋମବାର ପାନ୍ ୨.୦କୁ ମଞ୍ଜୁରୀ ମିଳିଛି । ଏଥିପାଇଁ ୧,୪୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ନୂଆ ପାନ୍ କାର୍ଡ କ୍ୟୁବାର କୋଡ୍ ସହିତ ଆସିବ ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । 

ପାନ୍ ୨.୦ ପ୍ରୋଜେକ୍ଟରେ ସମସ୍ତ ପାନ୍ କାର୍ଡଧାରୀଙ୍କୁ ମିଳିବ ନୂଆ କାର୍ଡ । ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କିମ୍ବ ନୂଆ କାର୍ଡ ପାଇଁ ଆବେଦନ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଏହି କାର୍ଡରେ ଲୋକଙ୍କୁ ତ୍ବରିତ ଭାବେ ମାନଯୁକ୍ତ ସେବା ଯୋଗାଣ ହେବ । ପରିବେଶ ଅନୁକୂଳ ସହିତ ଏଥିରେ ଖର୍ଚ୍ଚ କମିବ । ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ ହେବ । ସରକାରୀ ଏଜେନ୍ସିର ସମସ୍ତ ଡିଜିଟାଲ୍ ସିଷ୍ଟିମ ପାଇଁ ପାନ୍‌କୁ ସାମାନ୍ୟ ପରିଚୟ ପତ୍ର ଭାବେ ବ୍ୟବହାର କରିପାରିବେ । 

ଟିକସଦାତା ପଞ୍ଜୀକରଣ ସେବାର ବିଜନେସ୍ ପ୍ରୋସେସରେ ପୁନଃ ଯାନ୍ତ୍ରୀକରଣ ପାଇଁ ପାନ ୨.୦ ଏକ ଇ-ଗଭର୍ଣ୍ଣାଂଶ ପ୍ରୋଜେକ୍ଟ । ପାନ୍/ଟାନ୍ ସେବାର ଟେକ୍ନୋଲୋଜି ଚାଳିତ ପରିବର୍ତ୍ତନ ଦ୍ବାରା ପ୍ରକଳ୍ପକୁ ତ୍ବରାନ୍ବିତ କରାଯିବ । ଏହାଦ୍ବାରା ଟିକସଦାତାଙ୍କୁ ପରିବର୍ଦ୍ଧିତ ଡିଜିଟାଲ୍ ଅନୁଭୂତି ମିଳିବ । ଏହା ବର୍ତ୍ତମାନ ସମୟରେ ପାନ୍/ଟାନ୍ ଇକୋ-ସିଷ୍ଟମର ଅପଗ୍ରେଡେସନ ଅଟେ ।...  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.