ଚିନ୍ମୟଙ୍କ ଗିରଫଦାରୀକୁ ନେଇ ଭାରତର ରୋକ୍‌ଠୋକ୍‌ , ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରୁ ବାଂଲାଦେଶ

Published By : Prameya-News7 Bureau | November 26, 2024 IST

livehindustan

ନୂଆଦିଲ୍ଲୀ: ଭାରତ ମଙ୍ଗଳବାର ବାଂଲାଦେଶରେ ଇସ୍କନ ପୂଜାରୀ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ଘୋର ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟ ଚିନ୍ମୟଙ୍କ ଗିରଫଦାରୀକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ କଠୋର ଆଭିମୁଖ୍ୟ ଆପଣେଇଛି। ଉଲ୍ଲେଖନୀୟ ବାଂଲାଦେଶରେ ଚରମପନ୍ଥୀଙ୍କ ପକ୍ଷରୁ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି।  ଆଉ ଏହି ଘଟଣାର ଅଭିଯୁକ୍ତ ଏବେ ବ ଫେରାର ଅଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ନିଜ ବିବୃତିରେ କହିଛି ଯେ, ଏହି ଘଟଣା ଏମିତି ସମୟରେ ଘଟି ଚାଲିଛି ଯେତେବେଳେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହିଂସକ ଆକ୍ରମଣ ଲଗାତାର ବଢିବାରେ ଲାଗିଛି। ଏଥିରେ ସେମାନଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନକୁ ଜଳାଯିବା ସହ  ମନ୍ଦିରରୁ ଲୁଟିବା ସହ ମୂର୍ତ୍ତିକୁ ଅପବିତ୍ର କରାଯାଉଛି। ଏସବୁ ଘଟଣାେ ଅନେକ ମାମଲା ରୁଜୁ ହୋଇଥିଲେ ହେଁ କାହାରିକୁ ଗିରଫ  କରାଯାଇନି। 

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଘଟଣାର ଅଭିଯୁକ୍ତମାନେ ସବୁ ଫେରାର  ଅଛନ୍ତି। ସେହି ସବୁ ଧାର୍ମିକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ଯେଉଁମାନେ ଶାନ୍ତିପୂର୍ଣ୍ଣ ସଭାରେ ବିଷ ଓଗାଳି ଲୋକଙ୍କୁ ଉସୁକାଉଥିଲେ। ଆମେ ବାଂଲାଦେଶର ଅଧିକାରୀଙ୍କୁ ହିନ୍ଦୁ ଓ ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମୁଦାୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅପିଲ୍ କରୁଛୁ। 

ମାମଲା କଣ

ବାଂଲାଦେଶର ଏକ ଅଦାଲତ ମଙ୍ଗଳବାର ହିନ୍ଦୁ ସମାଜ ସମ୍ମିଳିତା ସନାତନୀ ଜୋତର ମୁଖପାତ୍ର ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏହା ପରେ ଚିନ୍ମୟଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଚଟ୍ଟଗାଓଁର ଷଷ୍ଠ ମେଟ୍ରୋପୋଲିଟନ  ମାଜିଷ୍ଟ୍ରେଟ୍‌ କାଜି ଶରିଫୁଲ ଇସ୍ଲାମଙ୍କ ଅଦାଲତ ଆଜି ୧୧ଟା ୪୫ରେ ଏହି ଆଦେଶ ଜାରି କରିଛନ୍ତି। ସମାଚାର ପୋର୍ଟାଲ ଅନୁଯାୟୀ, କୃଷ୍ଣ ଦାସଙ୍କୁ ଜାମିନ ନ ମିଳିବାରୁ ତାଙ୍କ ଅନୁଗାମୀ ଅଦାଲତ ପରିସରରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.