ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଇସ୍ତଫା; ମହାରାଷ୍ଟ୍ରରେ ବଢ଼ିଲା ସିଏମ୍ ସସ୍‌ପେନ୍ସ

Published By : Prameya-News7 Bureau | November 26, 2024 IST

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ । ସେ ରାଜଭାବନରେ ପହଞ୍ଚି ନିଜ ଇସ୍ତଫା ପତ୍ର ରାଜ୍ୟପାଳ ସି.ପି. ରାଧାକ୍ରୀଷ୍ଣଙ୍କୁ ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ମହାୟୁତିକର ପ୍ରମୁଖ ନେତା ଦେବେନ୍ଦ୍ର ପଡନାବିସ୍ ଏବଂ ଅଜିତ୍ ପାଓ୍ବାର ରହିଥିଲେ । 

କିଏ ହେବ ମହାରାଷ୍ଟ୍ର ବସ୍ ? ଦେବେନ୍ଦ୍ର ଫଡ଼ନବିସ୍, ଏକନାଥ ସିନ୍ଦେ ନା  ଅଜିତ୍ ପାଓ୍ବାର । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ପ୍ରଚଣ୍ଡ ବିଜୟ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୁଟୁନି ଅଡ଼ୁଆ । ଏଯାଏ ଘୋଷଣା ହୋଇନି ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପିର ଶୀର୍ଷ ନେତୃତ୍ବ ଦେବେନ୍ଦ୍ର ଫଡନବିସଙ୍କ ନାଁରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ଏହି ପ୍ରସ୍ତାବକୁ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଏବଂ ଅଜିତ୍ ପାଓ୍ବାରଙ୍କ ଏନସିପି ଗୋଷ୍ଠୀ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.