ଏସାର ଗ୍ରୁପ୍‌ର ସହ ପ୍ରତିଷ୍ଠାତା ଶଶି ରୁଇୟାଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | November 26, 2024 IST

ନୂଆଦିଲ୍ଲୀ: ଏସାର ଗ୍ରୁପ୍‌ର ସହ ପ୍ରତିଷ୍ଠାତା (କୋ- ଫାଉଣ୍ଡର) ଶଶି ରୁଇୟାଙ୍କ ପରଲୋକ। ୮୦ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ। ରୁଇୟା ନିଜ ଭାଇ ରବିଙ୍କ ସହ ମିଶି ଏସାର ଗ୍ରୁପ୍‌ ଆରମ୍ଭ କରିଥିଲେ।

ରିପୋର୍ଟ ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ତାଙ୍କର ମୁମ୍ବାଇରେ ତାଙ୍କର ପରଲୋକ ହୋଇଛି। ରୁଇୟା ମାସେ ତଳେ ଆମେରିକାରୁ ଚିକିତ୍ସିତ ହୋଇ ଭାରତ ଫେରିଥିଲେ। ମଙ୍ଗଳବାର ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। 

ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଇୟାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ, ଉଦ୍ୟୋଗ ଜଗତର ଜଣେ ମହାନ ବ୍ୟକ୍ତିତ୍ବ । ତାଙ୍କର ଦୂରଦର୍ଶୀ ନେତୃତ୍ବ ଏବଂ ଉତ୍କୃଷ୍ଟତା ପ୍ରତି ଅତୁଟ ପ୍ରତିବଦ୍ଧତା ଭାରତର ବ୍ୟବସାୟିକ ଚିନ୍ତାଧାରକୁ ବଦଳାଇଥିଲା। ସେ ସବୁବେଳେ ନିଜ ଦେଶକୁ କିଭଳି ଉତ୍ତମ କରିପାରିବ ଚିନ୍ତା କରୁଥିଲେ।’’

୧୯୬୯ରେ ଆରମ୍ଭ କରିଥିଲେ ଏସାର ଗ୍ରୁପ୍‌

ଶଶି ରୁଇୟା ନିଜ କ୍ୟାରିୟରର ଆରମ୍ଭ ୧୯୬୫ରେ ବାପା ନନ୍ଦ କିଶୋର ରୁଇୟାଙ୍କ ମାର୍ଗଦର୍ଶନରେ କରିଥିଲେ । ନିଜ ଭାଇ ରବିଙ୍କ ସହ ମିଶି ୧୯୬୯ରେ ମୁମ୍ବାଇ ପୋର୍ଟ ନିକଟରେ ଏସାରକୁ ଆରମ୍ଭ କରିଥିଲେ। ଏସାର ଗ୍ରୁପ୍‌ ଷ୍ଟ୍ରିଲ ଠାରୁ ଆରମ୍ଭ କରି ରିଫାଇନମେଣ୍ଟ, ଉତ୍ପାଦନ, ଟେଲିକମ, ବିଜୁଳି ଏବଂ ନିର୍ମାଣ ସମେତ ଅନେକ କ୍ଷେତ୍ରରେ ବ୍ୟବସାୟ ବିସ୍ତାର କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.