IPL ଅକ୍ସନ ମଧ୍ୟରେ ମୁହଁ ଖୋଲିଲେ ଲଳୀତ ମୋଦୀ, କହିଲେ ଯେବେ ଚାହିଁବି ଭାରତ ଆସିବି

Published By : Prameya-News7 Bureau | November 26, 2024 IST

ନୂଆଦିଲ୍ଲୀ ୨୬/୧୧:  ଜମିବ ଫଟାପଟ ମହାକୁମ୍ଭ । ଆଇପିଏଲ ୨୦୨୫ ପାଇଁ ସରିଛି ଅକ୍ସନ । ଅପେକ୍ଷା ଷ୍ଟାରଙ୍କ ଦମ୍ ଦେଖିବାକୁ । କାରଣ ମନ ପସନ୍ଦର ଷ୍ଟାର କିଣିଛନ୍ତି ଟିମ୍ । ଏହାରି ଭିତରେ ମୁହଁ ଖୋଲିଛନ୍ତି ଆଇପିଏଲ୍ ପୂର୍ବତନ ଚେୟାରମ୍ୟାନ ଲଲୀତ ମୋଦୀ । ବିଦେଶରେ ଥାଇ ବଖାଣିଛନ୍ତି ମନର କଥା । 

ଆଉ ଏମିତି କିଛି ଗୁମର ଖୋଲିଛନ୍ତି ଯାହାକୁ ନେଇ ଜୋରଦାର ଚର୍ଚ୍ଚା । ଲଳୀତ ମୋଦୀଙ୍କ ବଡ଼ ବୟାନ । ମୁଁ ପଳାତକ ନୁହେଁ, ଯେବେ ଚାହିଁବି ଭାରତ ଆସିବି । କାରଣ  ମୋ ଜୀବନ ପ୍ରତି ଥିଲା ବିପଦ । ଏମିତି କିଛି ରହସ୍ୟ ଜନକ ଖୁଲାସା କରିଛନ୍ତି ଲଲୀତ । ନିକଟରେ ଗଣମାଧ୍ୟରେ ଦାବି କରିଛନ୍ତି ସେ । ତାଙ୍କ କହିବା କଥା ୨୦୧୦ରେ ସେ ଭାରତ ଛାଡିଥିଲେ । ଦେଶ ଛାଡିବା ପାଇଁ ନଥିଲା କୌଣସି ଆଇନଗତ ସମସ୍ୟା । ନିଜର ଜୀବନ ବଞ୍ଚାଇବା ଥିଲା ପ୍ରଥମ ପ୍ରାଥମିକତା । 


ସୁରକ୍ଷା ଦୃଷ୍ଟିରୁ ଦେଶ ଛାଡିବାକୁ ନେଇଥିଲେ ନିଷ୍ପତ୍ତି । କାରଣ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ହତ୍ୟା କରିବାକୁ ଦେଇଥିଲେ ଧମକ । ସେତିକି ନୁହେଁ ମ୍ୟାଚରେ ତାଙ୍କ ପାଇଁ କାମ କରେ ବୋଲି ଥିଲା ସେମାନଙ୍କ ଇଚ୍ଛା । ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଲଳିତଙ୍କୁ ଚେତାବନୀ ଦେଇଥିଲେ ଯେ ସେ ଦାଉଦର ହିଟ୍ ଲିଷ୍ଟରେ ଅଛନ୍ତି । ଆପଣଙ୍କ ଜୀବନ ବିପଦରେ ଅଛି, ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ନିରାପତ୍ତା ଗ୍ୟାରେଣ୍ଟି ଦେଇପାରିବୁ ନାହିଁ । ଏହାପରେ ତାଙ୍କୁ ମୁମ୍ବାଇର ଫୋର ସିଜନ ହୋଟେଲକୁ ନିଆଯାଇଥିଲା । 

ଏତିକିରେ ସରନି ତାଙ୍କ କଥା । ଆଉ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି ମୋଦି , ମୁଁ ଯେବେ ଚାହିଁବି ସେବେ ବି ମୋ ଦେଶକୁ ଫେରିପାରିବି । କିନ୍ତୁ ମୋର ସମସ୍ୟା ସେଠାକୁ ଯିବା ନୁହେଁ । ମୁଁ ଭାରତର ଆଇନଗତ ପଳାତକ ନୁହେଁ । ମୋ ବିରୋଧରେ କୌଣସି ଅଦାଲତରେ ମାମଲା ନାହିଁ। ଯଦି ହଁ, ମୋତେ ଜଣାନ୍ତୁ । ଆହୁରି କହିଛନ୍ତି କି, ମୁଁ ଆରମ୍ଭରୁ ଦୁର୍ନୀତି ବିରୋଧରେ ରହିଆସିଛି । ମୁଁ କ୍ରିକେଟ୍ ସଚ୍ଚୋଟତାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କଲି, ଯେଉଁକାରଣରୁ ମୁଁ ଭୁଲ୍ କରିବାକୁ ମନା କରିଥିଲି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.