ସେପ୍ଟେମ୍ବରରେ ହେବ ମହିଳା ଦିନିକିଆ ବିଶ୍ୱକପ୍: ଆୟୋଜନ କରିପାରେ ଭାରତ

Published By : Prameya-News7 Bureau | March 22, 2025 IST

indiatoday

ନୂଆଦିଲ୍ଲୀ: ଭାରତ ସେପ୍ଟେମ୍ବର ମାସରେ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରିପାରେ। ବିସିସିଆଇ ସୂତ୍ରରୁ ଖବର ନେଇ ଏହି ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ। ଉଦଘାଟନୀ ମ୍ୟାଚ୍ ଏବଂ ଉଦଘାଟନୀ ଉତ୍ସବ ଭାଇଜାଗରେ ଅନୁଷ୍ଠିତ ହେବ। ପଞ୍ଜାବ, ମୁଲାନପୁର, ଇନ୍ଦୋର, ତ୍ରିଭେନ୍ଦ୍ରମ ଏବଂ ଗୌହାଟି ଭଳି ସ୍ଥାନରେ ବାକି ସମସ୍ତ ମ୍ୟାଚେ ଖେଳାଯିବ ବୋଲି ସୂଚନା ମିଳିଛି। ଉଦଘାଟନୀ ଉତ୍ସବ ଭାଇଜାଗରେ ହେବାର ଆଶା କରାଯାଉଛି।
ବିସିସିଆଇର ସର୍ବୋଚ୍ଚ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଭାରତୀୟ କ୍ରିକେଟ୍ ସମ୍ପର୍କିତ ଜଡିତ ବିଭିନ୍ନ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରାଯାଇଥିବା ସୂଚନା ମିଳିଛି। 

ପଢନ୍ତୁ- ବାରବାଟିରେ ହେବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ !: ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

ସେପଟେ ଭାରତୀୟ ସିନିୟର ପୁରୁଷ ଦଳ ଅକ୍ଟୋବର ପ୍ରଥମ ସପ୍ତାହରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିବ। ପ୍ରଥମ ଟେଷ୍ଟ ମୋହାଲିରେ ଅନୁଷ୍ଠିତ ହେବ ଏବଂ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ ରୁ ୧୪ ପର୍ଯ୍ୟନ୍ତ କୋଲକାତାର ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ହେବ। ପ୍ରାୟ ଛଅ ବର୍ଷ ପରେ କୋଲକାତାକୁ ଟେଷ୍ଟ କ୍ରିକେଟ ଫେରିଛି। ଶେଷ ଥର ପାଇଁ ୨୦୧୯ ନଭେମ୍ବରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା।

ଭାରତ ଚଳିତ ବର୍ଷ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଖେଳିବ। ପ୍ରଥମ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେହିପରି ଗୌହାଟିରେ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଗୌହାଟିର ବାରସାପରା ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ଖେଳାଯିବ।

ଏହାପରେ ପୁରୁଷ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଞ୍ଚି, ରାୟପୁର ଏବଂ ଭାଇଜାଗରେ ଯଥାକ୍ରମେ ନଭେମ୍ବର ୩୦, ଡିସେମ୍ବର ୩ ଏବଂ ଡିସେମ୍ବର ୬ ରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି ଦିନିକିଆ ସିରିଜ ପରେ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳାଯିବ। ଡିସେମ୍ବର ୯,୧୧,୧୪, ୧୭ ଏବଂ ୧୯  ତାରିଖରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବାକୁ ଥିବା ୯ ତାରିଖର ପ୍ରଥମ ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ସେହିପରି ବାକି ମ୍ୟାଚ୍‌ ନାଗପୁର, ଧର୍ମଶାଳା, ଲକ୍ଷ୍ନୌ ଏବଂ ଅହମ୍ମଦାବାଦରେ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.