ନୂଆଦିଲ୍ଲୀ: ଦିନିକିଆ ବିଶ୍ଵକପ୍ ୨୦୨୩କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ତେବେ ସାରା କ୍ରିକେଟ୍ ଜଗତ ଅକ୍ଟୋବର ୧୫ ତାରିଖରେ ଦୁଇ ଚିରପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବହୁପ୍ରତୀକ୍ଷିତ ମୁକାବିଲାକୁ ଚାତକ ପରି ଚାହିଁ ରହିଛନ୍ତି। ଏହି ମୁକାବିଲା ଅହମ୍ମଦାବାଦରେ ଖେଳାଯିବ। ତେଣୁ ସହରରେ ହୋଟେଲ୍ ବୁକ୍ ଦର ଆକାଶ ଛୁଆଁ ରହିଛି। ଫଳରେ ପ୍ରଶଂସକ ଏବେ ସହରର ହସ୍ପିଟାଲ୍ର ରୁମ ବୁକ୍ କରିବାକୁ ଚେଷ୍ଟା ଚଳାଇଛନ୍ତି।
wp:heading {"level":4}ଅଧିକ ପଢନ୍ତୁ- ପାକିସ୍ତାନ କ୍ରୀଡ଼ା ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ଆମେ ବି ବିଶ୍ଵକପ୍ ଖେଳିବାକୁ ଭାରତ ଯିବୁନି, ଯଦି…
/wp:headingକୁହାଯାଉଛି ଅହମ୍ମଦାବାଦରେ ହୋଟେଲ୍ ରୁମର ଦାମ ଅକ୍ଟୋବର ୧୫ ତାରିଖରେ ୨୦ ଗୁଣରୁ ଅଧିକ ବଢି ଯାଇଛି। ଅହମ୍ମଦାବାଦରେ ଆଇଟିସିର ଓ୍ଵେଲକମ ହୋଟେଲ୍ରେ ମ୍ୟାଚ୍ ଦିନ ରୁମର ଶୁଳ୍କ ୭୨ ହଜାର ଟଙ୍କା ରହିଛି। ସେହିପରି ସହରର ଟିସି ନର୍ମଦା ଏବଂ କୋର୍ଟୟାର୍ଡ ବାୟ ମାରିଏଟ ପରି ଅନ୍ୟ ହୋଟେଲ୍ରେ ଆଉ ଗୋଟିଏ ହେଲେ ରୁମ ଖାଲି ନାହିଁ। ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ହୋଟେଲ୍ ବୁକ୍ ହୋଇ ସାରିଛି।
{"id":820402,"sizeSlug":"full","linkDestination":"none"}ସହରର ଏକ ହସ୍ପିଟାଲ୍ରେ କାମ କରୁଥିବା ଡ. ପାରସ ଶାହ କହିଛନ୍ତି, ସ୍ଵାସ୍ଥ୍ୟ ଯାଞ୍ଚ କରାଇବା ଉଦ୍ଦେଶ୍ୟରେ ମ୍ୟାଚ୍ ସରିବା ପରେ ହସ୍ପିଟାଲ୍ରେ ରାତି ସାରା କଟାଇବା ପାଇଁ ଲୋକେ ମେଡିକାଲ୍ ରୁମ ବୁକ୍ କରିବାକୁ ଚାହୁଁଛନ୍ତି। ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ପ୍ରଶଂସକ ଡିଲକ୍ସଠୁ ନେଇ ସୁଇଟ୍ ପର୍ଯ୍ୟନ୍ତ କୌଣସି ବି ରୁମରେ ରହିବାକୁ ପ୍ରସ୍ତୁତ। ହେଲେ ଆମ ହସ୍ପିଟାଲ୍ରେ ସୀମିତ ରୁମ ରହିଛି। ଏଥିପାଇଁ ଏନଆରଆଇଠୁ ଅଗ୍ରୀମ ବୁକିଂ ସ୍ଵୀକାର କରିବାରେ ସତର୍କତା ଅବଲମ୍ବନ କରୁଛନ୍ତି। ଆମେ ଚାହୁଁନୁ ଏମିତି ଭିଡ଼ ଯୋଗୁଁ ଅତି ଜରୁରୀ ଲୋକଙ୍କୁ ହସ୍ପିଟାଲ୍ରେ ରୁମ ନ ମିଳୁ ବୋଲି ଶାହ କହିଛନ୍ତି।
wp:heading {"level":4}ଅଧିକ ପଢନ୍ତୁ- ବିଶ୍ଵକପ୍ ୨୦୨୩: ଭାରତର ଓ୍ଵାର୍ମଅପ୍ ମ୍ୟାଚ୍ର କ୍ରୀଡ଼ାସୂଚୀ ଘୋଷିତ, ଏହି ୨ ଦଳ ସହ ହେବ ମୁକାବିଲା
/wp:headingଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ପ୍ରଶଂସକଙ୍କ ଦ୍ଵାରା ହସ୍ପିଟାଲ୍ ରୁମ ବୁକ୍ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ପ୍ରଶଂସକଙ୍କ ଚାହିଦା ପୂରା କରିବା ପାଇଁ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ପ୍ୟାକେଜ୍ ପ୍ରସ୍ତୁତ କରୁଥିବା ଷ୍ଟର୍ଲିଂ ହସ୍ପିଟାଲ୍ସର ଗ୍ରୁପ ମେଡିକାଲ୍ ନିର୍ଦ୍ଦେଶକ ଡ. ନିଖିଲ ଲାଲ କହିଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୫ରୁ ବିଶ୍ଵକପ୍ ଆରମ୍ଭ ହେବ ଏବଂ ଫାଇନାଲ୍ ମୁକାବିଲା ନଭେମ୍ବର ୧୯ ତାରିଖରେ ଖେଳାଯିବ।