ଓଜୋନ୍ ଦିବସ ପାଳନ କେତେ ଗୁରୁତ୍ବପୂର୍ଣ୍ଣ ? ଜାଣନ୍ତୁ….

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ୧୬/୯: ସେପ୍ଟେମ୍ବର ୧୬, ବିଶ୍ବ ଓଜୋନ୍‌ ଦିବସ। ଓଜୋନ୍‌ ଲେୟର ବିଷୟରେ ଲୋକଙ୍କୁ ଜଣାଇବା ଓ ଏହାର ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ଦିନକୁ ‘ବିଶ୍ବ ଓଜୋନ୍‌ ଦିବସ’ ଭାବରେ ପାଳନ କରାଯାଏ । ଓଜୋନ୍‌ ଦିବସ ଶୁଣିବା ମାତ୍ରେ ମନକୁ ପ୍ରଶ୍ନ ଆସୁଛି ଏହା କଣ ?ଏଥିପାଇଁ ଏକ ସ୍ବତନ୍ତ୍ର ଦିନ କାହିଁକି ? କୁହାଯାଏ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ଉଭୟ ପ୍ରାଣୀ ଓ ଉଦ୍ଭିଦ ସୂର୍ଯ୍ୟଙ୍କ ଉପରେ ନିର୍ଭର କରିଥାନ୍ତି । ମଣିଷ ସୂର୍ଯ୍ୟଙ୍କ ଠାରୁ ଭିଟାମିନ ଡି ଗ୍ରହଣ କରିଥାଏ । ସେହିପରି ଉଦ୍ଭିଦ ଫୁଲ ଓ ଫଳ ପ୍ରସ୍ତୁତ ପାଇଁ ସୂର୍ଯ୍ୟଙ୍କ ଉପରେ ନିର୍ଭର କରିଥାଏ ।ଯାହାକୁ ଫଟୋସିନ୍ଥେସିସ କୁହାଯାଏ ।ତେବେ ଏହି ସୂର୍ଯ୍ୟକିରଣରେ ରହିଛି ମାରାତ୍ମକ ଅତିବାଇଗଣୀ ରଶ୍ମି । ଏହାକୁ ଓଲଟ୍ରାଭାଓଲେଟ ରେଡିଏସନ କୁହାଯାଏ । 

ପୃଥିବୀ ପୃଷ୍ଠରୁ ପ୍ରାୟ ୩୦ କିଲୋମିଟର ଉଚ୍ଚରେ ଥିବା ଓଜୋନ୍‌ ସ୍ତର ଏହି ଅତିବାଇଗଣୀ ରଶ୍ମିକୁ ଶୋଷିନିଏ ।ଏହା ପୃଥିବୀ ପୃଷ୍ଠରେ ପଡିପାରେନି । ଯଦି ଏହି ବିକିରଣ ସିଧାସଳଖ ପୃଥିବୀ ଉପରେ ପଡିବ ତେବେ ଉଭୟ ଜୀବ ଓ ଉଦ୍ଭିଦ ଜଗତ ପାଇଁ ବିପଦ ସୃଷ୍ଟି କରିବ । କହିବାକୁ ଗଲେ ଓଜୋନ ପୃଥିବୀ ପାଇଁ ଏକ ସୁରକ୍ଷା ଢାଲ ସଦୃଶ୍ୟ ।ତେଣୁ ଏହି ସ୍ତରର ସୁରକ୍ଷା ଆମ ଦାୟିତ୍ବ ।୧୯୧୩ରେ ଫରାସୀ ପଦାର୍ଥ ବିଜ୍ଞାନୀ ଫାବ୍ରି ଚାର୍ଲ୍ସ ଓ ହେନେରୀ ବସନ୍‌ ଏହି ଲେୟରର ଆବିଷ୍କାର କରିଥିଲେ । ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌ ସହ ବିଶ୍ବ ଓଜୋନ୍‌ ଦିବସ ପାଳନ କରାଯାଏ । ଚଳିତ ବର୍ଷର ଥିମ୍‌ ହେଉଛି ଜୀବନ ପାଇଁ ଓଜୋନ୍‌:୩୫ ବର୍ଷର ବୈଷିକ ସହଯୋଗ । 

ଓଜୋନ୍‌ ସ୍ତରକୁ ପୃଥିବୀର ରକ୍ଷା କବଚ କହିଲେ କିଛି ଭୁଲ ହେବନି । ଏହାର ଗୁରୁତ୍ବ ବିଷୟରେ ନିଜେ ଜାଣିବା ଓ ଅନ୍ୟକୁ ଜଣାଇବା ଅତ୍ୟନ୍ତ ଜରୁରୀ । ପ୍ରତିବର୍ଷ ଓଜୋନ୍‌ ଦିବସରେ ଲୋକଙ୍କୁ କ୍ଲୋରଫ୍ଲୋରକାର୍ବନ,ପ୍ଲାଷ୍ଟିକ ଓ ସମସ୍ୟ କ୍ଷତିକାରକ ପଦାର୍ଥର ବ୍ୟବହାର ହ୍ରାସ କରିବାକୁ ଓ ଅଧିକ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଥାଏ । 19 ଡିସେମ୍ବର ୧୯୬୪ । ଓଜୋନ୍‌ ସ୍ତରକୁ ବଞ୍ଚାଇବା ପାଇଁ ମିଳିତ ଜାତିସଂଘର ସାଧାରଣ ସଭା ସେପ୍ଟେମ୍ବର ୧୬କୁ ବିଶ୍ବ ଓଜୋନ ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ତେବେ ମିଳିତ ଜାତିସଂଘ ଓ ଅନ୍ୟ ୪୫ଟି ଦେଶ ୧୯୮୭ ସେପ୍ଟେମ୍ବର ୧୬ରେ ଓଜୋନ ସ୍ତରକୁ କ୍ଷତି ପହଞ୍ଚାଉଥିବା ପଦାର୍ଥ ଉପରେ ମଣ୍ଟ୍ରିଆଲ ପ୍ରୋଟୋକଲ୍‌ ସ୍ବାକ୍ଷର କରିଥିଲେ ।ପରେ ପରେ ୧୯୯୫ରେ ପ୍ରଥମ ଥର ପାଇଁ ବିଶ୍ବ ଓଜୋନ୍‌ ଦିବସ ଭାବରେ ପାଳନ କରାଯାଇଥିଲା । ସେହିଦିନଠାରୁ ପ୍ରତିବର୍ଷ ବିଶ୍ବ ଓଜୋନ୍‌ ଦିବସ ପାଳନ କରାଯାଉଛି ।  

ଓଜୋନ ସ୍ତରକୁ ଖରାପ କରୁଛି ଏସି ଓ ଫ୍ରିଜ । ଏସି ଓ ଫ୍ରିଜରୁ ବାହାରୁଥିବା ଗ୍ୟାସ ଓଜୋନ୍‌ ସ୍ତରକୁ କ୍ଷତି ପହଞ୍ଚାଏ । ସେହିପରି ଗଛ କାଟିବା ମଧ୍ୟ ଓଜୋନ ସ୍ତର ପାଇଁ କ୍ଷତିକାରକ । ଓଜୋନ ସ୍ତର କ୍ଷତିଗ୍ରସ୍ତ ହେଲେ ଜଳବାୟୁରେ ବିରାଟ ପରିବର୍ତ୍ତନ ହୋଇ ତାପମାତ୍ରା ବୃଦ୍ଧି ପାଉଛି । ବିଭିନ୍ନ ପ୍ରକାର ରୋଗ ବ୍ୟାପୁଛି । ଏହି ଗମ୍ଭୀର ସଂକଟକୁ ନଜରରେ ରଖି ଓଜୋନ ସ୍ତରର ସୁରକ୍ଷା ପାଇଁ ସାରା ବିଶ୍ବରେ ସଚେତନତା ଅଭିଯାନ ଚାଲିଛି । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.