ନୂଆଦିଲ୍ଲୀ: ବିଶ୍ୱକପ୍କୁ ନେଇ ଚାରିଆଡ଼େ ଉତ୍ସାହ ଉତ୍କଣ୍ଠା ଭରି ରହିଛି। ପାଭିଲିଅନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ଓ ଅନେକ ବଲିଉଡ କଳାକାର କ୍ରିକେଟେ ଦେଖୁଛନ୍ତି। ହେଲେ ବିଗ୍ ବି ଅମିତାଭ ବଚ୍ଚନଙ୍କ ମନରେ ଏକ ଭ୍ରମ ରହିଛି। ସେ ଯଦି ବିଶ୍ୱକପ୍ ଦେଖିବେ ତେବେ ଭାରତ ହାରିଯିବ। ଯଦି ନ ଦେଖିବେ ଭାରତ ଜିତିବ। ଏହି ଭ୍ରମକୁ ନେଇ ଅମିତାଭ ଟ୍ୱିଟ୍ କରିଛନ୍ତି।
ସେ ଲେଖିଛନ୍ତି “ମୁଁ ଯେତେବେଳେ ନ ଦେଖିବି ଆମେ ଜିତିବା।” ଏହି ଟ୍ୱିଟ୍କୁ ନେଇ ଭାରତର ପୂର୍ବତନ କ୍ରିକେଟର ୱାଶିମ ଜାଫର ଅଭିଷେକ ବଚ୍ଚନଙ୍କୁ ଏକ ବ୍ୟଙ୍ଗ କରିଛନ୍ତି। ଅମିତାଭଙ୍କ ଟ୍ୱିଟ୍ର ରିପ୍ଲାଏ ଦେଇ ଜାଫର ଅଭିଷେକଙ୍କୁ ଟାଗ୍ କରି ଲେଖିଛନ୍ତି “ତୁମ ପାଇଁ ଏହି ଗୋଟିଏ କାମ ରହିଛି।” ଅର୍ଥାତ୍ ଅମିତାଭ ବଚ୍ଚନଙ୍କୁ କ୍ରିକେଟ ଦେଖିବାକୁ ନ ଦେବା ତୁମର ଗୋଟିଏ ମାତ୍ର କାମ ହେବ ବୋଲି ଜାଫର କରିବାକୁ ଚାହିଁଛନ୍ତି।
ପଢ଼ନ୍ତୁ-ବିଶ୍ୱକପ୍ ଫାଇନାଲରେ ଗ୍ରାଉଣ୍ଡକୁ ଧସେଇ ପଶିଲେ ପାଲେଷ୍ଟାଇନ ସମର୍ଥକ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ବରିଷ୍ଠ ଖେଳାଳିଙ୍କ ଏଭଳି ଟ୍ୱିଟ୍କୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ ଦେଖିବାକୁ ମିଳିଛି। କେତେକ ଜାଫରଙ୍କ କମେଣ୍ଟର ମଜା ନେଇଥିବା ବେଳେ ଆଉ କିଛି ଫ୍ୟାନ୍ ତାଙ୍କୁ ସମାଲୋଚନା କରିଛନ୍ତି।