ଗ୍ୟାସ୍ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ ଅଟକ, ଅଭିଯୁକ୍ତର ବାପା କହିଲେ- ସେ ଜଣେ ମାନସିକ ରୋଗୀ

Published By : Prameya-News7 Bureau | July 27, 2025 IST

ନୀଳଗିରି ୨୭।୭: ବାଲେଶ୍ବର ଫରୀରମୋହନ କଲେଜ ଘଟଣା ମନରୁ ନଲିଭୁଣୁ ଫକୀରମୋହନ ବିଶ୍ବବିଦ୍ୟାଳୟରେ ଘଟିଛି ନିନ୍ଦନୀୟ ଘଟଣା । ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ଏ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀ । ସେ କହିଛନ୍ତି, ଅଭିଯୁକ୍ତ ଯୁବକ ଜଣକ ଗ୍ୟାସ୍ ଦେବା ବାହାନାରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ । କ୍ୱାର୍ଟରରେ ମହିଳାଙ୍କୁ ଏକୁଟିଆ ଦେଖି ଘର ଭିତରକୁ ପ୍ରବେଶ କରିଥିଲେ ଓ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳା ଜଣକ ପାଟି କରିବାରୁ ସିକ୍ୟୁରିଟି ଗାର୍ଡ ଯୁବକଙ୍କୁ କାବୁ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା କୁଳପତି କହିଛନ୍ତି । ଏ ଘଟଣାରେ ଜଣେ ସିକ୍ୟୁରିଟିକୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି । ଅନ୍ୟପଟେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।

ଅନ୍ୟପଟେ, ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୁକ୍ତର ବାପା । ସେ କହିଛନ୍ତି ତାଙ୍କ ପୁଅ ଜଣେ ମାନସିକ ରୋଗୀ । ଦୀର୍ଘ ଦିନ ଧରି ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ସେ ଘରେ ଥିଲେ ବାପା, ମା’ ତାଙ୍କୁ ନଜରରେ ରଖିଥାନ୍ତି । ସେ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ମାନସିକ ରୋଗ କାରଣରୁ ଏମିତି କରିଥିବା ଅଭିଯୁକ୍ତର ବାପା କହିଛନ୍ତି । 

ଅନ୍ୟପଟେ ଅଭିଯୁକ୍ତକୁ ରେମୁଣା ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି । ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।‌ 

You Can Read:

ବଲାଙ୍ଗିରରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ, ଅଗଷ୍ଟ ୨୮ ଦିନ ୯.୪୭ରୁ ୧୧.୧୧ ମଧ୍ୟରେ ଲାଗି ହେବ ନବାନ୍ନ

  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.