ବରଗଡ଼ ୮।୭: ବରଗଡ଼ରେ ପିଟି ପିଟି ଜଣଙ୍କୁ ହତ୍ୟା । ବରଗଡ଼ ଜିଲ୍ଲା ନୂଆ ସରସରା ଗାଁରେ ଜଣେ ବ୍ୟକ୍ତିକୁ ପିଟି ପିଟି ହତ୍ୟା ଅଭିଯୋଗ । ଏଭଳି ଅଭିଯୋଗ କଲେ ପରିବାର ଲୋକ । ମୃତ ବ୍ୟକ୍ତି ଜଣକ ୩୮ ବର୍ଷ ବୟସ୍କ ଗଣେଶ ବାଗ ବୋଲି ଜଣାପଡ଼ିଛି । ଗଣେଶ ଏକ ରାଇସ୍ ମିଲ୍ରେ ଶ୍ରମିକ ଭାବେ କାମ କରୁଥିଲେ ।
ସୋମବାର ବିଳମ୍ବିତ ରାତିରେ ସରସରା ସ୍ଥିତ ଏକ ଢ଼ାବାରେ କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ପରେ ଉକ୍ତ ଯୁବକ ମାନେ ଗଣେଶଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି ।
You Can Read:
ଅଗଷ୍ଟ ମାସରେ ହୋଇପାରେ ରତ୍ନ ଗଣତି ମଣତି, ୨ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଲେଖାଯିବ ଚିଠି