ବିଲରେ ପଥର ବ୍ଲାଷ୍ଟିଂ ବେଳେ ଅଘଟଣ, ହାତରେ ବୋମା ଫାଟି ଯୁବକ ଗୁରୁତର

Published By : Prameya-News7 Bureau | May 24, 2025 IST

ବୌଦ୍ଧ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁସାଶିଙ୍ଗା ଗ୍ରାମରେ ଡିନାମାଇଟ ବୋମାରେ ପଥର ବ୍ଲାଷ୍ଟିଂ ବେଳେ ଅଘଟଣ । ହାତରେ ବୋମା ଫାଟି କୁସାଶିଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ମହାକୁଡ ଗୁରୁତର ହୋଇଛନ୍ତି । ନିଜ ବିଲରେ ପଥର ବ୍ଲାଷ୍ଟିଂ କରୁଥିବା ବେଳେ ଫାଟିଲା ବୋମା । ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ସୂଚନାଯୋଗ୍ୟ ଯେ, କୁସାଶିଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ମହାକୁଡ ନିଜ ବିଲରେ ଥିବା ବଡ ବଡ ପଥରକୁ ଫଟାଇବା ପାଇଁ ଡିନାମାଇଟ ବୋମା ବ୍ୟବହାର କରୁଥିବା ବେଳେ ହଠାତ୍ ଗୋଟିଏ ବୋମା ତାଙ୍କ ହାତରେ ଫାଟି ଯାଇଥିଲା । ଯାହା ଫଳରେ ତାଙ୍କ ଡ଼ାହାଣ ହାତ ଫାଟି ଯାଇଥିବା ବେଳେ ତାଙ୍କ ମୁଣ୍ଡ ଏବଂ ଦେହରେ ଶକ୍ତ ଆଘାତ ଲାଗିଥିଲା । ତେବେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ହରଭଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲକୁ ଅଣାଯାଇଥିଲା । ତେବେ ବୌଦ୍ଧ ମେଡିକାଲରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

You Can Read:

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ବଢୁଛି ଅପରାଧ, ଚେକ୍ ଦେବାକୁ ବଡ଼ ଆକ୍ସନ ପ୍ଲାନ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.