ନିଜର ଅଧା ସମ୍ପତ୍ତି ଦାନ କରିବେ Zerodha କୋ-ଫାଉଣ୍ଡର, ଏପରି କରିବାରେ ନିଖିଲ ହେଲେ ପ୍ରଥମ ଯୁବ ଭାରତୀୟ

Published By : Prameya-News7 Bureau | June 07, 2023 IST

ନୂଆଦିଲ୍ଲୀ ୦୭।୦୬ ନିଜର ଅଧା ସମ୍ପତ୍ତି ଦାନ କରିବେ ବ୍ରୋକରେଜ୍ ଜୀରୋଧାର କୋ-ଫାଉଣ୍ଡର ନିଖିଲ କାମତ । ‘ଦ ଗିଭିଂ ପ୍ଲେଜ୍’ ଅଭିଯାନରେ ସାମିଲ ହୋଇଥିବା ଭାରତର ସବୁଠାରୁ କମ୍ ବର୍ଷ ବୟସର ବ୍ୟକ୍ତି ହେଉଛନ୍ତି ନିଖିଲ । ଅଜିମ ପ୍ରେମଜୀ, କିରଣ ମଜୁମଦାର-ଶ, ରୋହିଣୀ ଏବଂ ନନ୍ଦନ ନିଳେକଣୀଙ୍କ ପରେ ନିଖିଲ କାମତ ଏଥିରେ ସାମିଲ ହୋଇଥିବା ଚତୁର୍ଥ ଭାରତୀୟ ।

{"id":799701,"width":839,"height":472,"sizeSlug":"full","linkDestination":"none"}

‘ଦ ଗିଭିଂ ପ୍ଲେଜ୍’ ଅଭିଯାନର ସ୍ଥାପନା କରିଥିଲେ ବିଲ୍ ଗେଟ୍ସ ଏବଂ ନିବେଶକ ୱାରେନ୍ ୱଫେ । ଏହା ଏକ ସମାଜସେବା ସଂସ୍ଥା । ଏଥିରେ ସାମିଲ ଲୋକମାନେ ସମାଜର ମଙ୍ଗଳ ପାଇଁ ନିଜ ସମ୍ପତ୍ତିର ଅନେକ ଅଂଶ ଦାନ କରନ୍ତି । ଫୋର୍ବ୍ସ ଅନୁସାରେ ୩୫ ବର୍ଷର ନିଖିଲ କାମତଙ୍କ ସମୁଦାୟ ସମ୍ପତ୍ତି ୧୧୦ ବିଲିୟନ୍ ଡଲାର । ସେ ଜଳବାୟୁ ପରିବର୍ତ୍ତନ, ଶକ୍ତି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ଯୋଗଦାନ କରିବାର ଯୋଜନା କରୁଛନ୍ତି ।

{"id":799703,"width":838,"height":629,"sizeSlug":"full","linkDestination":"none"}

ଏହି ଫାଉଣ୍ଡେସନ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଲିଡର୍ସଙ୍କ ସହିତ ମିଶି କାମ କରିଥାଏ । ଯାହା ଫଳରେ ସେ ପରୋପକାର ପାଇଁ ନିଜ ସମ୍ପତ୍ତିର ଅତିକମରେ ୨୫ ପ୍ରତିଶତ ଦାନ କରପାରିବେ । ଦ ଗିଭିଂ ପ୍ଲେଜ୍ ଅଭିଯାନରେ ଏପର୍ଯ୍ୟନ୍ତ ୨୯ ଦେଶରେ ୨୪୦ ବ୍ୟକ୍ତିତ୍ୱ ସାମିଲ ହୋଇସାରିଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ରେ କାମତ ୧୦୦ କୋଟି ଟଙ୍କା ଦାନ କରିଥିଲେ ।

{"id":799702,"width":837,"height":628,"sizeSlug":"full","linkDestination":"none"}

ଏଡଲଗିଭ୍-ହୁରନ ଇଣ୍ଡିଆ ଫିଲୋଥ୍ରପି ଲିଷ୍ଟ ୨୦୨୨ ଅନୁସାରେ ସେ ଭାରତରେ ନବମ ବଡ ଡୋନର ହୋଇଯାଇଛନ୍ତି । ଏହାର କୋ-ଫାଉଣ୍ଡର ନିଖିଲ କାମତ ପ୍ରଫେସନାଲ୍ ଚେସ୍ ପାଇଁ ନିଜ ପାଠପଢା ନବମ ଶ୍ରେଣୀରୁ ଛାଡି ଦେଇଥିଲେ । କାମତ ୨୦୦୨ରେ ଅଣ୍ଡର-୧୬ ଲେବଲ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ । କାମତ ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ କି ପ୍ରାୟ ୧୭ ବର୍ଷ ବୟସରେ ସେ ଚାକିରୀ କରିବା ଆରମ୍ଭ କରିଦେଇଥିଲେ ଏବଂ ତାଙ୍କ ପ୍ରଥମ ଚାକିରୀ ଏକ କଲ୍ ସେଣ୍ଟରରେ ଥିଲା । ସେଠାରୁ ତାଙ୍କୁ ସାଲାରୀ ମିଳୁଥିଲା ମାତ୍ର ୮ ହଜାର ଟଙ୍କା ।

You Can Read:

wp:embed {"url":"https://www.prameyanews7.com/elon-musk-net-worth-again-crossed-200bn-dollar-know-about-wealth-of-mukesh-ambani-and-gautam-adani/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elon-musk-net-worth-again-crossed-200bn-dollar-know-about-wealth-of-mukesh-ambani-and-gautam-adani/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.