ବଡ଼ ନିଷ୍ପତ୍ତି ନେଲେ ନୂଆ ପିସିସି ସଭାପତି, ସବୁ ନେତାଙ୍କ ଉପରୁ ହଟାଇଲେ ନିଲମ୍ବନ ନିର୍ଦ୍ଦେଶ

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ: ନୂଆ ପିସିସି ସଭାପତି ଭକ୍ତ ଦାସ ବଡ଼ ନିଷ୍ପତ୍ତି ନେଇଛନ୍ତି। ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ନିର୍ଦ୍ଦେଶ ହଟିଛି। ପୁରୁଣା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇବାକୁ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଆଦର୍ଶବାଦୀ ନେତାଙ୍କୁ ଦଳକୁ ସ୍ୱାଗତ କରାଯିବ ବୋଲି ସେ କହିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ- ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରାଯାଇଥିଲା। ତାହାକୁ ପ୍ରତ୍ୟାହାର କରି ଦିଆଗଲା। ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଦଳ ଛାଡ଼ି ଚାଲିଯାଇଛନ୍ତି। ସେମାନେ ପୁନର୍ବାର ଫେରି ଆସିବାକୁ ନିବେଦନ କରିଛି କଂଗ୍ରେସ। 

ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ ଦଳ ସମ୍ମାନର ସହ ସ୍ୱାଗତ କରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.