ଛତୁ ଖାଇ ଗୋଟିଏ ପରିବାରର ୧୦ ଝାଡାବାନ୍ତିରେ ଆକ୍ରାନ୍ତ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 02, 2024 IST

ନୂଆପଡା ୨/୭: ଚାଷ ଜମିରେ ଥିବା ଖଳାରେ ଫୁଟିଥିଲା ଛତୁ । ଖୁସିରେ ପରିବାର ଲୋକ ଆଣି ରାନ୍ଧି ଖାଇଥିଲେ । ହଠାତ ରାତିରେ ସମସ୍ତଙ୍କୁ ଝାଡା ବାନ୍ତି ହୋଇଥିଲା ।ଏବେ ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ନୂଆପଡା ଖଡିଆଳ ଥାନା କିରିକିଟା ଗାଁ ବନ୍ଧପଡାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୦ ଜଣ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ଖଡିଆଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୬ ଜଣ ସୁସ୍ଥ ହୋଇଥିବାବେଳେ ୪ ଜଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିନଥିଲା । ସେମାନଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.