ଅଳ୍ପକେ ଟଳିଗଲା ବଡ ଅଘଟଣ,ଡ୍ରାଇଭର ସୁରକ୍ଷିତ ଉଦ୍ଧାର

Published By : Prameya-News7 Bureau | July 03, 2024 IST

ଆନନ୍ଦପୁର୩/୭: ଭାରସାମ୍ୟ ହରାଇ ଦୋକାନ ଭିତରକୁ ମାଡିଗଲା ମାଟି ବୋଝେଇ ଟ୍ରାକ୍ଟର । ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ ଆପଣ୍ଡା ଛକରେ ଦୁର୍ଘଟଣା । ଟ୍ରାକ୍ଟରଟି ମାଟି ବୋଝେଇ କରି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଓରାଳି ପଟୁ ଆପଣ୍ଡା ଛକ ଆଡକୁ ଆସୁଥିଲା । ହଠାତ ଭାରସାମ୍ୟ ହରାଇ ନିକଟରେ ଥିବା ସିମେଣ୍ଟ ଦୋକାନ ଭିତରକୁ ପଶିଯାଇଥିଲା । ଏହି ସମୟରେ ଦୋକାନରେ କେହି ନଥିବାରୁ ଅଳ୍ପକେ ବଡ ଅଘଟଣ ଟଳିଯାଇଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର କୌଶଳ କରି ସୁରକ୍ଷିତ ଭାବରେ ବାହାରି ଆସିଛନ୍ତି । ଦୋକାନର କବାଟ,ଓଜନ କଣ୍ଟା ସହ ଅନ୍ୟ କେତେକ ଜିନିଷ ସହ ଟାକ୍ଟର କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଛି ।   

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.