ରାତିରେ ଛକିଥିଲେ ଲୁଟେରା, ୫ ଘରୁ ଲୁଟିଲେ ସୁନା ଗହଣା,ଟଙ୍କା

Published By : Prameya-News7 Bureau | July 05, 2024 IST

କୋଣାର୍କ ୫/୭: ଗୋପ ଥାନା ବିରତୁଙ୍ଗ ପଞ୍ଚାୟତ ବିରତୁଙ୍ଗ ଓ ନାହିଟି ଗାଁରେ ସିରିଜ୍‌ ଲୁଟ୍‌ । ରାତିରେ ଏକାଥରକେ ୫ଟି ଘରେ କଳାକନା ବୁଲାଇଲେ ଲୁଟେରା । ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଲୁଟେରା । ବିରତୁଙ୍ଗ ଗାଁର ନରହରି କାଣ୍ଡି ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇଯାଇଛନ୍ତି ଲୁଟେରା । ବିରତୁଙ୍ଗ ଗାଁର ଆଉ ଜଣେ ରାଜକିଶୋର ବିଶ୍ବାଳ, ନାହିଟି ଗାଁର ଲିଙ୍ଗରାଜ ପ୍ରଧାନ,ବାନାମ୍ବର ପ୍ରଧାନ ଓ ଗଣେଶ୍ବର ସେଠୀଙ୍କ ଘରୁ ଚୋରି ହୋଇଥିବା ନେଇ ଗୋପ ଥାନାରେ ଅଭିଯୋଗ ହୋଇଛି । ଲୁଟ୍‌ ଟଙ୍କା ସୁନା ଫେରି ପାଇବାକୁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ସମସ୍ତେ । ଅଭିଯୋଗ ଆଧାରରେ ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ । 

,

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.