୧୧କେଭି ତାର ଲାଗି ମିସ୍ତ୍ରୀଙ୍କ ମୃତ୍ୟୁ, ଘର ମାଲିକଙ୍କୁ ଦାୟୀ କରି ଉତ୍ତେଜନା

Published By : Prameya-News7 Bureau | July 05, 2024 IST

ଆନନ୍ଦପୁର ୫/୭: ଛାତ ପକାଇବା ପାଇଁ ସେଣ୍ଟ୍ରିଂ କରିବାକୁ ଚାଲିଥିଲା ମାପଚୁପ । ହଠାତ ଘଟିଗଲା ଅଘଟଣ । ଘର ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେଣ୍ଟ୍ରିଂ ମିସ୍ତ୍ରୀଙ୍କ ଜୀବନ ଯାଇଛି । ମୃତକ ଫକୀରପୁର ଗାଁର ରାଜେଶ ରଣା । ରାଜେଶ ଗାଁର ଜଣଙ୍କ ୨ ମହଲା ଘର ଛାତ ଉପରେ ଚଢି ମାପଚୁପ କରିବା ସମୟରେ ଅସାବଧାନତା ବଶତଃ ନିକଟରେ ଥିବା ୧୧ କେଭି ତାର ନିକଟକୁ ଚାଲିଯାଇଥିଲେ । ଆଉ କରେଣ୍ଟ ଲାଗି ଗୁରୁତର ହୋଇଥିଲେ ରାଜେଶ । ଘରମାଲିକ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲରେରେ ଭର୍ତ୍ତି କରିଥିଲେ । ସେଠାର ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।  ରାଜେଶଙ୍କ ମୃତ୍ୟୁ ପାଇଁ ଘରମାଲିକ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଭାଇ ବଳରାମ । 

You Can Read:

ଦୁବାଇବାସୀ ଖାଇବେ କଳାହାଣ୍ଡି ପରିବା, ଭୁବନେଶ୍ୱର ଏୟାରପୋର୍ଟରୁ କାର୍ଗୋ ମାଧ୍ୟମରେ ପଠାଗଲା

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.