ବଲାଙ୍ଗୀର ବିଶାଳ ମେଗା ମାର୍ଟକୁ ଖାଉଟି ଅଦାଲତଙ୍କ ଛାଟ, ୩୩ ହଜାର ଫାଇନ ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | July 05, 2024 IST

ବଲାଙ୍ଗୀର ୫/୭: ୩ ହଜାର ଟଙ୍କାର ଜିନିଷ କିଣିବା ପରେ ଉପଭୋକ୍ତାଙ୍କୁ ଦେଲେନି କ୍ୟାରି ବ୍ୟାଗ । ମାଗିବାରୁ ଓଲଟି ସେ ବାବଦକୁ ୧୬ ଟଙ୍କା ଅତିରିକ୍ତ ଖର୍ଚ୍ଚ ଯୋଡିଲେ । ଏନେଇ ଉପଭୋକ୍ତା ବାରଣ କରିବାରୁ ପାଟିତୁଣ୍ଡ ଗାଳିଗୁଲଜ ଯାଏ କଥା ଗଲା । ବିଲ୍‌ ଧରି ଉପଭୋକ୍ତା ଜିଲ୍ଲା ଖାଉଟି ଅଦାଲତଙ୍କ ପାଖକୁ ଗଲା ପରେ ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି । 

ବଲାଙ୍ଗୀରର ସୂର୍ଯ୍ୟକାନ୍ତ ବାଗ ଗତବର୍ଷ ସେପ୍ଟେମ୍ବର ୨୬ରେ ବିଶାଳ ମେଗାମାର୍ଟ ଯାଇ ପ୍ରାୟ ୯ଖଣ୍ଡ ଡ୍ରେସ କିଣିଥିଲେ । ଡ୍ରେସ କିଣିବା ପରେ କ୍ୟାରି ବ୍ୟାଗ ମାଗଣାରେ ନ ଦେଇ ସେଥିପାଇଁ ଅତିରିକ୍ତ ୧୬ ଟଙ୍କା ନେଇଥିଲା ବିଶାଲ ମେଗା ମାର୍ଟ । ସୂର୍ଯ୍ୟକାନ୍ତ ଏହାକୁ ବାରଣ କରିବାରୁ ମାର୍ଟ ପରିଚାଳକ ଆସି ପାଟିତୁଣ୍ଡ କରିବା ସହ ସୁରକ୍ଷାକର୍ମୀଙ୍କୁ ଡାକି ଶୀଘ୍ର କାଉଣ୍ଟର ଖାଲି କରିବାକୁ କହିଥିଲେ । ଏହାପରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ ସୂର୍ଯ୍ୟକାନ୍ତ । ସବୁ ପ୍ରମାଣକୁ ଆଧାର କରି ବିଶାଳ ମେଗାମାର୍ଟକୁ ଫାଇନ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.