ଚାନ୍ଦବାଲି ୩୧।୫: ରାସ୍ତାରେ ୧୦୮ ଆମ୍ବୁଲାନ୍ସର ବିକଳ ସେବା । ଆମ୍ବୁଲାନ୍ସ ଟାୟାର ପଙ୍କଚର ହେବାରୁ ଗାଡ଼ି ଛାଡି ପଳାଇଲେ ଡ୍ରାଇଭର । ମଝି ରାସ୍ତାରେ ଛଟପଟ ହେଲେ ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା କୁଆଁରସର ନିକଟସ୍ଥ ଶଗଡ଼ିଆର ନିକଟରେ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସରେ ଜଣେ ଗୁରୁତର ମହିଳା ରୋଗୀକୁ ଆଣାଯାଉଥିଲା । ସେହି ସମୟରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା କୁଆଁରସର ନିକଟସ୍ଥ ଶଗଡ଼ିଆର ନିକଟରେ ଆମ୍ବିଲାନ୍ସର ଆଗ ଚକଟି ପଙ୍କଚର ହୋଇଯାଇଥିଲା । ଏହା ଦେଖି ଡ୍ରାଇଭର ଜଣକ ଗାଡି ଛାଡି କୁଆଡେ ପଳାଇ ଯାଇଥିଲେ । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ଜଣଙ୍କ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା ।
ରୋଗୀଙ୍କ ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ଏକ ଘରୋଇ କାର୍କୁ ଅଟକାଇ ସେଥିରେ ରୋଗୀକୁ ପଠାଇଥିଲେ । ତେବେ ଏହି ଘଟଣା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର ବିକଳ ଚିତ୍ରକୁ ପଦାରେ ପକାଇଛି । ଗାଡ଼ିରେ ଷ୍ଟେପିନ୍ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି ।
You Can Read:
ନାବାଳିକାଙ୍କୁ ଦୁଷ୍କର୍ମ ସହ ହତ୍ୟା ଘଟଣା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ, ୧୦ହଜାର ଟଙ୍କା ଜରିମାନା