'ଦାନା' ମାଡ଼ରେ ୯ ବ୍ଲକ୍‌ର ୧୫୯୩ ଗାଁ ପ୍ରଭାବିତ, ୨୮ ହଜାର ହେକ୍ଟର ଜମି ଜଳମଗ୍ନ

Published By : Prameya-News7 Bureau | October 25, 2024 IST

News7

କେନ୍ଦ୍ରାପଡ଼ା: ବାତ୍ୟା ଦାନା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ ଅନ୍ତର୍ଗତ ୨୪୯ଟି ଗ୍ରାମ ପଞ୍ଚାୟତର ୧୫୯୩ଟି ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ୨ଟି ପୌରାଞ୍ଚଳର ୪୪ଟି ୱାର୍ଡ ବାତ୍ୟାରେ ପ୍ରଭାବିତ ହୋଇଛି I ଏଥିରେ ୧୫,୮୪,୩୯୭ ଲୋକ ପ୍ରଭାବିତ ହୋଇଥିବା ବେଳେ ୧,୨୧,୧୧୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି I 

ମୋଟ ୬୪୬ ଆଶ୍ରୟସ୍ଥଳୀରେ ରଖାଯାଇ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛିI ବାତ୍ୟା ଯୋଗୁଁ ୭୭,୧୬୬ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ୭ଟି  ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି। 

ଏହି ବାତ୍ୟା ଯୋଗୁଁ ୮୩୨ଗ୍ରାମର ୨୮୪୨୬. ୭୦ ହେକ୍ଟର ଜମି ଜଳମଗ୍ନ ହୋଇଛିI ଏହାର ପ୍ରଭାବରେ ୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୪୫୯ କଚ୍ଚା ଘର, ଗୋଟିଏ ପକ୍କା ଘର, ୩ଟି କୁଡିଆଘର, ୨୬୨ଟି ଗୁହାଳ ଘର ଆଂଶିକ କ୍ଷତି ହୋଇଛିI

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କାଲି ସକାଳ ପର୍ଯ୍ୟନ୍ତ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦୁଇ ଦିନ ସରକାରୀ ଛୁଟିକୁ ବାତିଲ କରାଯାଇଛି। 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.