ବାତ୍ୟା ‘ଦାନା’ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ଶନିବାର ବନ୍ଦ ରହିବ ସବୁ ସ୍କୁଲ

Published By : Prameya-News7 Bureau | October 25, 2024 IST

ଭଦ୍ରକ ୨୫।୧୦: ଶନିବାର ଭଦ୍ରକ ଜିଲ୍ଲାରେ ସ୍କୁଲ ବନ୍ଦ । ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢାଯାଉଥିବା ସମସ୍ତ ସ୍କୁଲ ବନ୍ଦ ରହିବ । ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ । ବାତ୍ୟା ପାଇଁ ସ୍କୁଲର କ୍ଷୟକ୍ଷତି ନେଇ ରିପୋର୍ଟ ଦେବେ । ସ୍କୁଲର କ୍ଷତି, ଏମ୍‌ଡିଏମ୍‌ ଚାଉଳ କ୍ଷୟକ୍ଷତି ଓ ସ୍କୁଲର ଅନ୍ୟ ଉପକରଣ କ୍ଷତି ହୋଇଥିଲେ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶ ରହିଛି ।

You Can Read:

ଆଶା ଦିଦି ଶିବାନୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.