ଦୁନିଆର ପ୍ରଥମ AI ଡେଥ୍ କ୍ଲକ,ଆପଣଙ୍କୁ କହିବ ମୃତ୍ୟୁ ତାରିଖ,କେତେ ସତ କହୁଛି ଆପ୍ ?

Published By : Prameya-News7 Bureau | December 09, 2024 IST

ନୂଆଦିଲ୍ଲୀ ୯/୧୨: ଯାହାର କୌଣସି ଗ୍ୟାରେଣ୍ଟି ନାହିଁ ଆମେ ତାକୁ ଜୀବନ କହିଥାଉ । ଆଉ ଯାହାର ଶହେ ପ୍ରତିଶତ ଗ୍ୟାରେଣ୍ଟି ଅଛି, ସେ ଆସିବ ହିଁ ଆସିବ । ତାକୁ ଆମେ କହୁ ମୃତ୍ୟୁ । ଦୁନିଆରେ କେହି ଅମର ନୁହଁନ୍ତି । ଜନ୍ମ ଅଛି ମାନେ ମୃତ୍ୟୁ ନିଶ୍ଚିତ । କେତେବେଳେ କାହାର ମୃତ୍ୟୁ ହେବ କହିବା ଅସମ୍ଭବ । ଆମେ ସମସ୍ତେ ଜାଣିଛୁ ଜନ୍ମ ମୃତ୍ୟୁର ରହସ୍ୟ ଭଗବାନଙ୍କ କଣ୍ଟ୍ରୋଲରେ । ଅନେକଙ୍କ ମନରେ ପ୍ରଶ୍ନ ଥାଏ ଆମ ମୃତ୍ୟୁ କେବେ ହେବ । ବର୍ଷ ବର୍ଷ ଧରି ମଣିଷ ମନରେ ଚାଲିଥିବା ଏ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିପାଇଛନ୍ତି ବୈଜ୍ଞାନିକ । AI ଅର୍ଥାତ କୁତ୍ରିମ ବୁଦ୍ଧିମତା ସଂଚାଳିତ ଏକ ଆପ୍‌ ଆସିଛି ଯିଏ ଆପଣଙ୍କୁ କହିପାରିବ ଆପଣଙ୍କ ମୃତ୍ୟୁର ସମୟ । କାର୍ଲିଫର୍ଣିଆର ବୈଜ୍ଞାନିକ ବ୍ରେଣ୍ଟ ଫ୍ରାନସନ ଦୁନିଆର ପ୍ରଥମ AI ଡେଥ୍‌ କ୍ଲକ ତିଆରି କରିଛନ୍ତି । ଏହି ଆପ୍‌ ୟୁଜରଙ୍କୁ ମୃତ୍ୟୁର ଦିନ କହିବ ।କଣ ଏହି ଡେଥ କ୍ଲକ । ସେ କେମିତି ଆକଳନ କରିପାରୁଛି ମୃତ୍ୟୁର ତାରିଖ । ବ୍ୟବହାର କଲେ ଫାଇଦା କେତେ ହେଉଛି, ଘାଟାରେ ପଡୁଛନ୍ତି କି ୟୁଜର୍ସ ?

୫ କୋଟିରୁ ଅଧିକ ଲୋକଙ୍କ ଲାଇଫ expectancy ଡାଟାକୁ ବିଶ୍ଳେଷଣ କରି ତିଆରି କରାଯାଇଛି ମୃତ୍ୟୁର ଘଣ୍ଟା । ଚଳିତ ବର୍ଷ ଜୁଲାଇ ମାସରେ ଏହି ଡେଥ କ୍ଲକ ଲଞ୍ଚ ହୋଇଥିଲା । ୬ ମାସ ମଧ୍ୟରେ ପ୍ରାୟ ଲକ୍ଷେ ୨୫ ହଜାରରୁ ଅଧିକ ଲୋକ ଡାଉନଲୋଡ କରି ବ୍ୟବହାର ସାରିଲେଣି। ଏହି ଆପର ବ୍ୟବହାର କରିବା ପାଇଁ ପେମେଣ୍ଟ କରିବାକୁ ପଡେ । 

ଏବେ ଆପଣ ଭାବୁଥିବେ ଯେ ଡେଥ କ୍ଲକର ଭବିଷ୍ୟବାଣୀ କାମ କେମିତି କରୁଛି । ମୃତ୍ୟୁର ସମୟ କହୁଥିବା ଡେଥ କ୍ଲକ ୟୁଜର୍ସଙ୍କ ଠାରୁ ଅନେକ ଡାଟା ନେଇଥାଏ । ମାନେ ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ଡାଟାକୁ ଆଧାର ଆକଳନ କରେ ମୃତ୍ୟୁର ଦିନ ଓ ସମୟ । ଯେମିତିକି ବୟସ କେତେ, ହାଇଟ ଓ ଓଜନ କେତେ, କଣ ଖାଉଛନ୍ତି କଣ ପିଉଛନ୍ତି କେତେବେଳେ ଶୁଅନ୍ତି,କେତେ ଘଣ୍ଟା ପାଇଁ ଶୁଅନ୍ତି ଏକ୍ସରସାଇଜ କରନ୍ତି କି ନାହିଁ ,ସିଗାରେଟ କି ମଦ ଅଭ୍ୟାସ ଅଛି କି  ,ମେଡିକାଲ ହିଷ୍ଟ୍ରି କଣ ରୋଗ କଣ ଅଛି ଏସବୁ ଜାଣିବା ପରେ ଡେଥ କ୍ଲକ କହିପାରିବ ଆପଣ ଆଉ କେତେ ଦିନ ବଞ୍ଚିବେ । ଡେଥ କ୍ଲକର ସବୁ ଭବିଷ୍ୟବାଣୀ ଚିକିତ୍ସା ଅଧ୍ୟୟନ ଓ ସ୍ବାସ୍ଥ୍ୟ ଡାଟା ଉପରେ ଆଧାରିତ ବୋଲି କୁହାଯାଇଛି । 

ଡେଥ କ୍ଲକ ବ୍ୟବହାର କରିବା ଦ୍ବାରା ଫାଇଦା ଓ କ୍ଷତି କଣ ହୋଇଥାଏ । ଏହି ଆପ୍‌ ୟୁଜର୍ସଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରୋତ୍ସାହିତ କରିଥାଏ ।ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ବିଭିନ୍ନ ସମସ୍ୟା ସମାଧାନର ରାସ୍ତା ଦେଖାଇଥାଏ । କ୍ୟାନସର, ଡାଇବେଟିସ ପରି ମାରାତ୍ମକ ରୋଗ କେମିତି କଣ୍ଟ୍ରୋଲ କରିହେବ ସେ ସଂପର୍କରେ ପରାମର୍ଶ ଦେଇଥାଏ । ଯେମିତି ପ୍ରତିଦିନ ବ୍ୟାୟାମ କରିବା, ସକାଳୁ ଶୀଘ୍ର ଉଠିବା, ମଦ୍ୟପାନ ବନ୍ଦ କରିବା ,ଫଳ ଓ ପନିପରିବା ଅଧିକା ଖାଇବା ଓ ଫ୍ୟାଟଯୁକ୍ତ ଖାଦ୍ୟ ଅଧିକ ନଖାଇବାକୁ ପରାମର୍ଶ ଦେଇଥାଏ । ରାତିରେ ଅତିକମରେ ୬ରୁ ୮ ଘଣ୍ଟା ଶୋଇବା, । ମେଡିଟେସନ କରିବା ସହ ମନକୁ ସବୁବେଳେ ଶାନ୍ତ ରଖିବାକୁ ପରାମର୍ଶ ଦେଇଥାଏ । ଏକୁଟିଆ ନରହି ସମାଜ ସହ ଯୋଡି ହୋଇ ରହିବାକୁ କୁହେ । ବ୍ରେନକୁ ସବୁବେଳେ ଆକ୍ଟିଭ ରଖିବା ସହ ବିଭିନ୍ନ ପ୍ରକାର ବହି ଓ କାହଣୀ ପଢିବାକୁ ପରାମର୍ଶ ଦେଇଥାଏ । 

ଆପ୍‌ ବ୍ୟବହାର କଲେ କ୍ଷତି କଥା ଯଦି ଦେଖିବା ଡେଥ୍ କ୍ଲକ ଆପଣଙ୍କୁ ସଠିକ ତଥ୍ୟ ଦେଇନଥାଏ ।କେବଳ ଆକଳନ କରିଥାଏ । ଗୋପନୀୟତା ଓ ଡାଟା ସୁରକ୍ଷାର ଗ୍ୟାରେଣ୍ଟି ଦେଇନଥାଏ । ଏଥି ସହ ଆପଣଙ୍କ ଡାଟାର ଅପବ୍ୟବହାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

AI ସଂଚାଳିତ ଏହି ଡେଥ୍‌ କ୍ଲକର ସତ୍ୟତା ଯାହା ହେଉନା କାହିଁକି ଦିନକୁ ଦିନ ଏହାର ୟୁଜର୍ସଙ୍କ ସଖ୍ୟା ବଢିବାରେ ଲାଗିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.