ଚିତ୍ରକୋଣ୍ଡାରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା ୭୦ ଲକ୍ଷର ଗଞ୍ଜେଇ,୨ ବେପାରୀ ଗିରଫ

Published By : Prameya-News7 Bureau | September 02, 2024 IST

ମାଲକାନଗିରି ୨/୯: ରଦ୍ଦି କାଗଜ ନେଇ ଯାଉଥିବା କଣ୍ଟେନର ଭିତରୁ ମିଳିଛି ୪୨୦ କେଜି ଗଞ୍ଜେଇ ଯାହାର ମୂଲ୍ୟ ୭୦ ଲକ୍ଷ । । ୧୨ ବସ୍ତା ଗଞ୍ଜେଇ ସହ ୨ ଗିରଫ । ନୂଆ ତରିକାରେ ଗଞ୍ଜେଇ ଚାଲାଣର ଖବର ଆସିଛି ମାଲକାନଗିରିରୁ । ବାଲିମେଳା ଚିତ୍ରକୋଣ୍ଡା ଛକରେ ନିୟମିତ ଗାଡି ଯାଞ୍ଚ ଚାଲିଥିଲା । ଚିତ୍ରକୋଣ୍ଡା ଗାଟିରୁ ଏକ କଣ୍ଟେନର ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇଥିଲା ପୋଲିସ । ଯାଞ୍ଚ କରିବାରୁ କଣ୍ଟେନର ଭିତରେ ରଦ୍ଦି କାଗଜ ସହ ୧୨ ବସ୍ତା ଥିବା ଜଣାପଡିଥିଲା । ପୋଲିସ ଗଞ୍ଜେଇ କଣ୍ଟେନରକୁ ଜବତ କରିବା ସହ ୨ ଜଣ ବେପାରୀକୁ ଗିରଫ କରିଛି । ଗିରଫ ୨ ଜଣ ମହାରାଷ୍ଟ୍ର ଅମୋଲ ଶାନ୍ତାରାମ ଶଙ୍କପାଲ ଓ କମଲେସ ଜଗନ୍ନାଥ । ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ନେଇ ଏମାନେ ମହାରାଷ୍ଟ୍ର ଯାଉଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି  । ଅଧିକ ତଥ୍ୟ ପାଇଁ ପଚରାଉଚରା କରୁଛି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.