କଟକ ୩।୧୧: ପୁଣି ‘ମୋ ବସ୍’ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ୍ । ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୧୮ ନମ୍ବର ରୁଟ୍ରେ ଚାଲୁଥିବା ‘ମୋ ବସ୍’ରେ ଏଭଳି ଲୁଟ୍ ଘଟଣା ଘଟିଛି । ଅତି ଚତୁରତାର ସହ ଲୁଟେରାମାନେ ଯାତ୍ରୀଙ୍କ ପକେଟରୁ ଟଙ୍କା ଲୁଟିନେଇଛନ୍ତି । ମଧୁପାଟଣାରୁ ବାଦାମବାଡ଼ି ରାସ୍ତା ଦେଇ ଯିବା ସମୟରେ ଲୁଟ୍ ହୋଇଛି ।
wp:embed {"url":"https://www.prameyanews7.com/20-thousand-loot-from-passengers-in-mo-bus/","type":"wp-embed","providerNameSlug":"prameya-news-7"} /wp:embedସୂଚନାଯୋଗ୍ୟ ଯେ, କଟକରେ ‘ମୋ ବସ୍’ରୁ ଯାତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ମଧୁପାଟଣାରୁ ବାଦାମବାଡ଼ି ରାସ୍ତା ଦେଇ ଯିବା ସମୟରେ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ୍ ହୋଇଛି । ୧୮ ନମ୍ବର ରୁଟ୍ରେ ଚାଲୁଥିବା ‘ମୋ ବସ୍’ରୁ ଯାତ୍ରୀଙ୍କ ଠାରୁ ୨୦ ହଜାକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାତ୍ରୀଙ୍କ ପକେଟ୍ରୁ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି ।
wp:embed {"url":"https://www.prameyanews7.com/alligation-against-mo-bus-and-staff/","type":"wp-embed","providerNameSlug":"prameya-news-7"} /wp:embedବାରମ୍ବାର ‘ମୋ ବସ୍’ରୁ ଏଭଳି ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ଗତ ମାସେ ତଳେ ମଧ୍ୟ ଜଣେ ଯାତ୍ରୀଙ୍କଠାରୁ ୨୦ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ସେହି ୧୮ ନମ୍ବର ରୁଟ୍ରେ ଚାଲୁଥିବା ବସ୍ରୁ ଲୁଟ୍ ହୋଇଥିଲା । ଲୁଟ୍ ନେଇ ଥାନାରେ ଏତଲା ଦିଆଯାଇଥିଲା ।
You Can Read :
wp:embed {"url":"https://www.prameyanews7.com/more-than-70-women-of-padmakesharipur-village-detained-by-police/","type":"wp-embed","providerNameSlug":"prameya-news-7"} /wp:embed