ଲଣ୍ଡନ,୩୦/୭: ୨୦୨୪ରେ ଖେଳାଯିବ ଟି-୨୦ କ୍ରିକେଟ୍ ବିଶ୍ବକପ । ଏହା ପୂର୍ବରୁ ଭାରତୀୟ ଦଳ ଖେଳସୂଚୀ ସାମ୍ନାକୁ ଆସଛି । ବିଶ୍ବକପରେ ଟିମ୍ ଇଣ୍ଡିଆ ମୋଟ୍ ୧୯ଟି ମ୍ୟାଚ୍ ଖେଳିବ । ଭାରତୀୟ ଦଳ ଏବେ ୱେଷ୍ଟ-ଇଣ୍ଡିଜ୍ ଗସ୍ତରେ ରହିଥିବା ବେଳେ ସେଠାରେ ଘରୋଇ ଦଳ ସହିତ ୫ଟି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ ।
wp:embed {"url":"https://www.prameyanews7.com/west-indies-win-second-odi-match/","type":"wp-embed","providerNameSlug":"prameya-news-7"} /wp:embedଏହାପରେ ଦଳ ଆୟର୍ଲାଣ୍ଡ ଗସ୍ତ କରି ୩ଟି ଟି-ଟ୍ୱେଣ୍ଟି ଖେଳିବ । ଅଗଷ୍ଟ ୧୮ ତାରିଖରେ ପ୍ରଥମ ଟି-ଟ୍ୱେଣ୍ଟି, ୨୦ତାରିଖରେ ଦ୍ୱିତୀୟ ଓ ୨୩ ତାରିଖରେ ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ସେପ୍ଟେମ୍ବର ମାସରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସିବ । ଏଥିରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ରହିଛି । ଏହାପରେ ଦିନିକିଆ ବିଶ୍ୱକପ୍ ଅନୁଷ୍ଠିତ ହେବ ।
ବିଶ୍ୱକପ୍ ଶେଷ ହେବା ପରେ ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳି ସ୍ୱଦେଶ ଫେରିବ । ନଭେମ୍ବର ୨୩ ତାରିଖରେ ଭାଇଜାଗରେ ପ୍ରଥମ ମ୍ୟାଚ୍, ୨୬ ରେ ତ୍ରିଭେନ୍ଦ୍ରମରେ ଦ୍ବିତୀୟ, ୨୮ରେ ଗୌହାଟୀରେ ତୃତୀୟ, ଡିସେମ୍ବର ୧ ତାରିଖରେ ନାଗପୁର ଓ ୩ ତାରିଖରେ ହାଇଦ୍ରାବାଦରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ।
wp:embed {"url":"https://www.prameyanews7.com/these-5-indian-players-eat-only-pure-vegetarian-food/","type":"wp-embed","providerNameSlug":"prameya-news-7"} /wp:embedଏହାପରେ ଆଫଗାନିସ୍ତାନ ଜାନୁଆରୀରେ ଭାରତ ଗସ୍ତରେ ଆସି ୩ଟି ଟି-ଟ୍ୱେଣ୍ଟି ଖେଳିବ । ଜାନୁଆରୀ ୧୧ରେ ମୋହାଲି, ୧୪ରେ ଇନ୍ଦୋର ଓ ୧୭ ତାରିଖରେ ବେଙ୍ଗାଲୁରୁରେ ୩ଟି ଯାକ ମ୍ୟାଚ୍ ଖେଳାଯିବ । ଚଳିତ ବର୍ଷ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ରହିଛି । ଏହି ଗସ୍ତରେ ଭାରତ ୩ଟି ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୧୦ ତାରିଖରେ ଡର୍ବାନ, ୧୨ ତାରିଖରେ ସେଣ୍ଟ ଜର୍ଜ ଓ ୧୪ ତାରିଖରେ ଜୋହନ୍ସବର୍ଗରେ ୩ଟି ଯାକ ମ୍ୟାଚ୍ ଖେଳାଯିବ ।