ଲମତାପୁଟରେ ଅପରେସନ ଗ୍ରୀନ କ୍ଲିନ, ୨୨ ହଜାର ଗଞ୍ଜେଇ ଗଛ ନଷ୍ଟ

Published By : Prameya-News7 Bureau | November 12, 2024 IST

ଲମତାପୁଟ ୧୨/୧୧: ପାଡୁଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ରେଡ୍‌ । ଲମତାପୁଟ ଗଲୁର ପଞ୍ଚାୟତର ଡୁମୁରିଗୁଡା ଗାଁ ଓ ଗଙ୍ଗାଗୁଡା ଗାଁ ନିକଟରେ ୧୯ ଏକର ଜମିରୁ ପ୍ରାୟ ୨୨ ହଜାର ଗଞ୍ଜେଇ ଗଛ ନଷ୍ଟ । ଗୁଇନ୍ଦା ସୂଚନା ଆଧାରରେ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ କ୍ଲିନ । ଏହି ଗାଁ ଗୁଡିକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜଲାପୁଟ ଜଳଭଣ୍ଡାର କୂଳରେ ରହିଛି । ଏଠି ଅନେକ ଦିନ ଧରି ବେଆଇନ ଗଞ୍ଜେଇ ଚାଷ ହୋଇଆସୁଛି । ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳରେ ପୂର୍ବରୁ  ଡିଭିଏଫ୍‌ ଫୋର୍ସ,ନନ୍ଦପୁର,ପାଡୁଅ ପୋଲିସ ଓ କୋରାପୁଟ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା । ଏହି ଗଞ୍ଜେଇ ଚାଷ ସରକାରୀ ଜମିରେ ହୋଇଛି ନା ମାଲିକାନା ଜମିରେ ହୋଇଛି ତାହା ଜଣାପଡିନି । ଆର୍‌ଆଇଙ୍କ ରିପୋର୍ଟ ମିଳିବା ପରେ ଯଦି ତାହା ମାଲିକାନା ଜମି ହୋଇଥାଏ ତାହେଲେ ଜମି ମାଲିକଙ୍କ ନାଁରେ ମାମଲା ରୁଜୁ କରାଯିବ । ଏ ସଂପର୍କରେ ସୂଚନା ଦେଇଛନ୍ତି ନନ୍ଦପୁର ଏସ୍‌ଡିପିଓ ସମ୍ବିତ କିମୱାର ମାଝୀ । 

 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.