ଜଙ୍ଗଲ ଜମିରେ ଚାଲିଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା କନ୍ଧମାଳ ପୋଲିସ

Published By : Prameya-News7 Bureau | December 09, 2024 IST

କନ୍ଧମାଳ୯/୧୨: କନ୍ଧମାଳରେ ଅପରେସନ ନୀଳ ଜହର । ୧୩୦ ଏକର ଜମିରେ ଚାଲିଥିଲା ଗଞ୍ଜେଇ ଚାଷ । କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ନଷ୍ଟ । ବାଲିଗୁଡା ଥାନା ବୁଦ୍ରୁକିଆ ଗ୍ରାମ ପଞ୍ଚାୟତ ସିପାଞ୍ଜିରୀ, ଡପାର ଓ ବେହେରା ସାହି ଗାଁରେ ପ୍ରାୟ ୧୩୦ ଏକର ସରକାରୀ ଓ ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଲିଥିଲା ଗଞ୍ଜେଇ ଚାଷ । ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ କାଟି ସଫା କରାଯାଇଛି । ଆଦିବାସୀଙ୍କୁ ହାତ କରି ବାହାର ରାଜ୍ୟର ମାଫିଆ ମାନେ ଏଠାରେ ଗଞ୍ଜେଇ ଚାଷ କରି କାୟା ବିସ୍ତାର କରି ଚାଲିଛନ୍ତି । ଏହାକୁ ରୋକିବାକୁ ପୋଲିସ ଅପରେସନ ଗ୍ରୀନ କ୍ଲିନ ଆରମ୍ଭ କରିଛି । ପୋଲିସର କାର୍ଯ୍ୟାନୁଷ୍ଠାନରେ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । 

 

  • kandhamal
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.