ବୌଦ୍ଧ୧୦/୧୨: ଜଙ୍ଗଲରେ ପଡିଛି ଯୁବକଙ୍କ ଅଧାପୋଡା ମୃତଦେହ । କେମିତି ହେଲା ମୃତ୍ୟୁ ? କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ । ପୋଲିସର ଛାନ୍ଭିନ୍ । ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ବଘିଆପଡା ଫାଣ୍ଡି ଗୁରୁଜୀମୁଣ୍ଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ବିରିଗଡ ଗାଁର ରୁଧିର ମାଝୀ । ତାଙ୍କ ଦେହ ଅଧା ପୋଡିଯାଇଥିବା ଜଣାପଡିଛି । ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ରୁଧିରଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ଆଦର୍ଶ ଥାନା ପୋଲିସ ।
ଆସନ୍ତା ୩୦ରେ ଅନ୍ତୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ, ୫...
