ନୂଆଦିଲ୍ଲୀ ୦୬/୧୨: ଟିମ୍ ଇଣ୍ଡିଆ ଏବଂ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଜି ଏକ ବିଶେଷ ଦିନ । କାରଣ ଆଜି ଟିମ୍ର ସେହି ପାଞ୍ଚ ଖେଳାଳିଙ୍କ ଜନ୍ମଦିନ । ଯେଉଁମାନଙ୍କ ପାଇଁ ସାରା ଦେଶ ଗର୍ବୀତ । ନିଜର ଚମତ୍କାର ଖେଳ ସହିତ ଭାରତୀୟ କ୍ରିକେଟ୍କୁ ପହଞ୍ଚାଇଛନ୍ତି ଶୀର୍ଷରେ । ଦେଇଛନ୍ତି ସ୍ୱତନ୍ତ୍ର ସ୍ଥାନ । ଏହି ଖେଳାଳିଙ୍କ ମଧ୍ୟରୁ ତିନିଜଣ ମଧ୍ୟ ନିକଟରେ ଅନୁଷ୍ଠିତ ବିଶ୍ୱକପ୍ ୨୦୨୩ର ଏକ ଅଂଶ ହୋଇସାରିଛନ୍ତି । ତିନିଜଣ ପୁରା ବିଶ୍ଵକପରେ ଦେଖାଇଛନ୍ତି ଦମଦାର ପ୍ରଦର୍ଶନ । ତେବେ ଆସନ୍ତୁ ଜାଣିବା ସେହି ୪ ତାରକା ଖେଳାଳି କିଏ ଯେଉଁମାନେ ଆଜି ସେମାନଙ୍କର ଜନ୍ମଦିନ ପାଳନ କରୁଛନ୍ତି ।
ରବୀନ୍ଦ୍ର ଜାଡେଜା:
ଆଜି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ତାରକା ରବିନ୍ଦ୍ର ଜାଡେଜାଙ୍କ ଜନ୍ମଦିନ । ୬ ଡିସେମ୍ବର ୧୯୮୮ରେ ସୌରାଷ୍ଟ୍ରରେ ଜନ୍ମ ହୋଇଥିବା ଜଦ୍ଦୁଙ୍କୁ ଆଜି ୩୫ ବର୍ଷ ବୟସ ହୋଇଛି । କେବଳ କ୍ରିକେଟ୍ ନୁହେଁ ବରଂ ତାଙ୍କ ଶୈଳୀରେ ମଧ୍ୟ ଲୋକଙ୍କ ହୃଦୟ ଜିତିଥିବା ରବିନ୍ଦ୍ର ଜାଡେଜା କ୍ରିକେଟ୍ ର ତିନୋଟି ଫର୍ମାଟରେ ଦେଶ ପାଇଁ ଚମତ୍କାର ଖେଳ ଦେଖାଇଛନ୍ତି ।
ଜସପ୍ରୀତ ବୁମ୍ରା:
ୟର୍କର କିଙ୍ଗ ଜସପ୍ରୀତ ବୁମ୍ରା । ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି । ୬ ଡିସେମ୍ବର ୧୯୯୩ ରେ ଅହମ୍ମଦାବାଦରେ ଜନ୍ମ ହୋଇଥିବା ଜସପ୍ରୀତ ବୁମ୍ରା ନିଜ ବୋଲିଂ ଦ୍ୱାରା ସମସ୍ତଙ୍କୁ ପାଗଳ କରିଦେଇଛନ୍ତି । ବୁମରାଙ୍କ ଜୀବନ ଅନେକ ସଂଘର୍ଷ ଦେଇ ଗତି କରିଛି କିନ୍ତୁ ତାଙ୍କର କଠିନ ପରିଶ୍ରମ ଆଧାରରେ ସେ ଏପରି ସଫଳତାର କାହାଣୀ ଲେଖିଛନ୍ତି ଯାହା ସମସ୍ତେ କରି ପାରନ୍ତିନି ।
ଶ୍ରେୟସ୍ ଆୟର:
ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଭଲ ବ୍ୟାଟିଂ କରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ କ୍ରିକେଟ୍ ଦୁନିଆରେ ନାମ ଅର୍ଜନ କରିଥିବା ଏହି ତାରକା ଖେଳାଳିଙ୍କୁ ଆଜି ୨୯ ବର୍ଷ ବୟସ ହୋଇଛି । ୧୦ ଟି ଟେଷ୍ଟ, ୫୮ ଟି ଦିନିକିଆ ଏବଂ ୫୧ ଟି -୨୦ ଖେଳିଛି। ତାଙ୍କର ଚମତ୍କାର ପ୍ରଦର୍ଶନ ୨୦୨୩ ବିଶ୍ୱକପରେ ଦେଖିବାକୁ ମିଳିଥିଲା, ସେ ଏହି ଟୁର୍ନାମେଣ୍ଟରେ ଦୁଇ ଶତକ ଏବଂ ତିନି ଅର୍ଦ୍ଧଶତକ ହାସଲ କରିଥିଲେ ।
ଆର୍.ପି ସିଂହ:
ଆଜି ମଧ୍ୟ ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ଆରପି ସିଂଙ୍କ ଜନ୍ମଦିନ । ୟୁପିର ଏହି କ୍ରିକେଟର ମଧ୍ୟ ବହୁତ ଭଲ ଖେଳିଛନ୍ତି । ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଥିବା ଆରପି ସିଂ ଭାରତ ପାଇଁ ୧୪ ଟି ଟେଷ୍ଟ ମ୍ୟାଚ୍, ୫୮ ଟି ଦିନିକିଆ ଏବଂ ୧୦ ଟି-୨୦ ଖେଳିଛନ୍ତି ଯେଉଁଥିରେ ସେ ଯଥାକ୍ରମେ ୪୦ ୱିକେଟ୍, ୬୮ ଏବଂ ୧୫ ୱିକେଟ୍ ନେଇଛନ୍ତି। କ୍ରିକେଟ୍ ରୁ ଅବସର ନେବା ପରେ ସେ ଷ୍ଟାର କ୍ରିକେଟ୍ ସମୀକ୍ଷକ ହୋଇପାରିଛନ୍ତି।