ନୂଆଦିଲ୍ଲୀ ୨୬/୧୨: ଲମ୍ୱା କେଶ ପରେ ଦାଢି ହେଲା ଲମ୍ବା । ଦେହରେ ନାଲି ପୋଷାକ ଓ ମୁହଁ ଚଷମା । ଯେ କେହି ଦେଖିବ କହିବ ସାଣ୍ଟା । ହଠାତ୍ ଚିହ୍ନିବା କଷ୍ଟକର । ଜଣେ ପାଖରୁ ଦେଖିଲେ ବି ହୁଏତ ଚକ୍କର ଖାଇପାରେ । ଆଜ୍ଞା ହଁ ଆମେ କହୁଛୁ ପପୁଲାର କ୍ରିକେଟରଙ୍କ କଥା । ଯିଏ କି ଥାଆନ୍ତି ସର୍ବଦା ଲାଇମ୍ ଲାଇଟ୍ରେ । ସବୁବେଳେ ଚୁପ୍ ଚାପ୍ ରହୁଥିବା ଏହି କ୍ରିକେଟରଙ୍କ ନୂଆ ଅନ୍ଦାଜକୁ ନେଇ ଚର୍ଚ୍ଚା ଜୋର ।
ଆଉ ସେହି କ୍ରିକେଟର ଜଣଙ୍କ କିଏ ଜାଣିଛନ୍ତି କି, ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂହ ଧୋନୀ । ଏଥର କିନ୍ତୁ ସେ ହାଇଲାଇଟ୍ ତାଙ୍କର ଏହି ନିଆରା ଅନ୍ଦାଜ ପାଇଁ । ସୂଚନା ଥାଉକି, ବଡ଼ ଦିନରେ ଦେଲେ ବଡ଼ ସରପ୍ରାଇଜ ଦେଇଛନ୍ତି ଧୋନୀ । ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ବେଶରେ ଆସି ସମସ୍ତଙ୍କୁ ଚକିତ କରିଛନ୍ତି ମାହୀ । ନିଜ ପରିବାର ସହ ସାଣ୍ଟାକ୍ଲଜ ସାଜି ସେଲିବ୍ରେଟ କରିଛନ୍ତି ବଡ଼ ଦିନ। ଧୋନିଙ୍କ ଏହି ନୂଆ ଲୁକ୍ର ଫଟୋ ଏବେ ଇଣ୍ଟରନେଟ୍ରେ ଭାଇରାଲ ହେଉଛି ।
କହିବାକୁ ଗଲେ କ୍ରିକେଟ୍ରୁ ଅବସର ନେବା ପରେ ଅନେକ ସମୟ ନିଜ ପରିବାର ସହ ସେୟାର କରନ୍ତି କ୍ୱାଲିଟି ଟାଇମ୍ । ସବୁଥର ଭଳି ଏଥର ବି ସେ ନିଜ ପରିବାର ଧୁମ୍ଧାମ୍ରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ବଡ ଦିନ । ତେବେ ତାଙ୍କର ସବୁ ଫଟୋକୁ ପତ୍ନୀ ସାକ୍ଷୀ ଧୋନି ସୋଶିଆଲ ମିଡିଆରେ ସେୟାର କରିଛନ୍ତି।
ସାମ୍ନାକୁ ଆସିଥିବା ଫଟୋରେ ଭାରତର ପୂର୍ବତନ ଅଧିନାୟକ ତାଙ୍କ ଝିଅ ଜିଭାଙ୍କ ସହିତ ଏକ ସାଣ୍ଟା କ୍ଲଜ୍ ପୋଷାକରେ ଲୁଚି ରହିଥିବା ଦେଖିବାକୁ ମିଳିଛି। ଧୋନି ପିନ୍ଧିଥିବା ସାଣ୍ଟା ଟୋପିରେ ମିଷ୍ଟର ମାହି ଲେଖା ରହିଛି। ଏହି ଫଟୋ ପୋଷ୍ଟ ହେବାର ମାତ୍ର ଦୁଇ ଘଣ୍ଟା ଭିତରେ ଏହା ଭାଇରାଲ ହୋଇଛି। ଧୋନିଙ୍କ ଏହି ଖ୍ରୀଷ୍ଟମାସ ଉତ୍ସବରେ ପରିବାର ବ୍ୟତୀତ ଅଭିନେତ୍ରୀ କ୍ରିତି ସାନନ ଓ ତାଙ୍କର କିଛି ସାଙ୍ଗସାଥୀ ମଧ୍ୟ ସାମିଲ ଥିଲେ।
ଆନ୍ତର୍ଜାତୀୟ କ୍ରିକେଟ୍ ଛାଡିବା ପରେ ବି ଧୋନିଙ୍କ କ୍ରେଜ ଢେର୍ । ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡା ଆଇକନ୍ ସେ । ଅନେକ ସମୟରେ ନିଜର ହେୟାର ଷ୍ଟାଇଲ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି ଏମ୍ ଏସ୍ । ଧୋନି ଏବେ କେବଳ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳୁଛନ୍ତି। ଯେଉଁଠାରେ ସେ ଚେନ୍ନାଇ ସୁପର କିଙ୍ଗ୍ସ (CSK) କୁ ପ୍ରତିନିଧିତ୍ୱ କରୁଛନ୍ତି।