ମୁମ୍ବାଇ ୨୬।୧୨ : ପ୍ରଥମ ଦିନରେ ଗର୍ଜିଲା କଙ୍ଗାରୁଙ୍କ ବ୍ୟାଟ୍ । ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଧୁଆଁଧାର ବ୍ୟାଟିଂ । ଗୋଟିଏ ଦିନରେ ୪ ଜଣ ବ୍ୟାଟର ହାସଲ କରିଲେ ଅର୍ଦ୍ଧଶତକ । ଭାରତ ପକ୍ଷରୁ ଜଶପ୍ରୀତ୍ ବୁମ୍ରା ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଛନ୍ତି ।
ବର୍ଡର-ଗାଭାସ୍କର ସିରିଜ୍ର ୪ର୍ଥ ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଅଷ୍ଟ୍ରେଲିଆ ଟିମ୍ ବ୍ୟାଟିଂ ଲାଗି ନିଷ୍ପତ୍ତି ନେଇଥିଲା । ପଡିଆକୁ ଆସିବା ମାତ୍ରେ ଧୁଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ ଅଷ୍ଟ୍ରେଲିଆ ବ୍ୟାଟର । ଦଳ ପକ୍ଷରୁ ସାମ୍ କୋନ୍ଷ୍ଟାସ୍ (୬୦ ରନ୍), ଉସମାନ୍ ଖୁଓ୍ୱାଜା (୫୭ ରନ୍), ମାର୍ନସ ଲାବୁସେନ୍ (୭୨ ରନ୍), ଷ୍ଟିଭେନ୍ ସ୍ମିଥ୍ (୬୮ ରନ୍) ଅର୍ଦ୍ଧଶତକ ପୂରଣ କରିଛନ୍ତି । ସ୍ମିଥ୍ଙ୍କୁ ଛାଡି ବାକି ବ୍ୟାଟରମାନେ ପାଭିଲିୟନ୍ ଫେରିଯାଇଛନ୍ତି । ସ୍ମିଥ୍ ୭୨ ରନ୍ ଏବଂ ପ୍ୟାଟ୍ କମିନ୍ସ ୮ ରନ୍ କରି ଅପରାଜିତ ରହିଛନ୍ତି ।
ତେବେ ୪ର୍ଥ ମ୍ୟାଚ୍ରେ ଭାରତୀୟ ବୋଲର ପ୍ରଭାବହୀନ ପରି ଦେଖାଦେଉଥିଲେ । ଖେଳ ଆରମ୍ଭ ହେବା ମାତ୍ରେ କଙ୍ଗାରୁ ବ୍ୟାଟର ଭାରତୀୟ ବୋଲରଙ୍କୁ ନିର୍ଘାତ ପିଟିଥିଲେ । ଦ୍ରୁତ ଗତିରେ କରିଚାଲିଲେ ରନ୍ ସଂଗ୍ରହ । ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୬ ଓ୍ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଛି ।
ସେପଟେ ବୋଲିଂ ପକ୍ଷରୁ ଜଶପ୍ରୀତ୍ ବୁମ୍ରା ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଆକାଶ ଦୀପ ସିଂହ, ରବିନ୍ଦ୍ର ଜାଡେଜା, ଓ୍ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଶୀକାର କରିଛନ୍ତି । ବାକି ମହମ୍ମଦ ସିରାଜଙ୍କ ଖାତାକୁ କୌଣସି ଓ୍ୱିକେଟ୍ ଆସିନାହିଁ ।
ସୂଚନାଯୋଗ୍ୟ ଯେ, ୫ଟିକିଆ ବର୍ଡର-ଗାଭାସ୍କର ସିରିଜ୍ରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା । ପ୍ରଥମ ଟେଷ୍ଟ ଟିମ୍ ଇଣ୍ଡିଆ ଜିତିଥିବା ବେଳେ ୨ୟ ମ୍ୟାଚ୍ରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ଟିମ୍ । ଏବେ ଉଭୟ ଟିମ୍ ୧-୧ରେ ରହିଛନ୍ତି ।