ରାଜସ୍ବ ଆଇନରେ ସଂସ୍କାର : ୭୦୦୦ ଜମି କିସମ କମି ୨୭ରେ ରଖାଯିବ

Published By : Prameya-News7 Bureau | June 17, 2025 IST

ଭୁବନେଶ୍ୱର ୧୭।୬: ରାଜସ୍ବ ଆଇନରେ ସଂସ୍କାର । କମିଲା ରାଜ୍ୟର ଜମି କିସମ ସଂଖ୍ୟା । ୭୦୦୦ ଜମି କିସମ କମି ୨୭ରେ ରଖାଯିବ । ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । 

ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଆଜି କାଲି ଏତେ ପ୍ରକାରର ସତ୍ତ୍ୱର କୌଣସି ଆବଶ୍ୟକତା ନାହିଁ । ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଚ୍ଛେଦ କରିବେ । ଜମି କିସମକୁ ନେଇ ସବୁବେଳେ ଦ୍ଵନ୍ଦ୍ବ ଉପୁଜୁଥିବାରୁ ବ୍ରିଟିଶ ଅମଳର ଏହି ଧାରାକୁ ବଦଳାଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।



ସେପଟେ ଏଣିକି ପଞ୍ଚାୟତରେ ତହସିଲ ଖୋଲିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ବ ଅଧିକାରୀ । ତହସିଲଦାର, ଆଡିସନାଲ ତହସିଲଦାର ପାଞ୍ଚୟତକୁ ଯିବେ । ରାଜସ୍ବ ଅଫିସରେ ଲୋକଙ୍କ ଜମିଜମା ସମସ୍ୟାର ସମାଧାନ ଅନ୍‌ ସ୍ପଟ୍ ହେବ । 'ମୋ ପାଞ୍ଚୟତ ମୋ ତହସିଲ' ନାମରେ କାର୍ଯ୍ୟକ୍ରମ ହେବ । ତହସିଲ ଅଫିସ ନଆସି ଘରେ ବସି ଲୋକେ ପାଇବେ ସବୁ ସୁବିଧା । ମୋବାଇଲରେ ୧୮ଟି ରାଜସ୍ବ ସୁବିଧା ପାଇବେ ଲୋକେ । ଲୋକଙ୍କ ପାଖକୁ ରାଜସ୍ବ ସେବା ଯିବ ବୋଲି ମନ୍ତ୍ରୀ କହିଛନ୍ତି ।


You Can Read:

ବଲାଙ୍ଗିରରେ ଡବଲ ଇଞ୍ଜିନ ନୁହେଁ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି, ଜିଲ୍ଲାର ବିକାଶର ବେଗ ବି ୩ ଗୁଣ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.