ଇସ୍ରାଏଲ ସେନାର ବଡ କାର୍ଯ୍ୟାନୁଷ୍ଠାନ, ପଞ୍ଚମ ଦିନରେ ଦ୍ୱିତୀୟ CDS ମୃତ

Published By : Prameya-News7 Bureau | June 17, 2025 IST

ନୂଆଦିଲ୍ଲୀ ୧୭/୦୬: ଇସ୍ରାଏଲ-ଇରାନ୍ ଯୁଦ୍ଧ ଭିତରେ ବଡ ଖୁଲାସା। ବରିଷ୍ଠ ଇରାନୀ କମାଣ୍ଡର ଅଲି ଶାଦମାନୀଙ୍କୁ ହତ୍ୟା। ମଙ୍ଗଳବାର ଏନେଇ ଦାବି କରିଛି ଇସ୍ରାଏଲୀ ସେନା (IDF) । ସେନା ଦାବି କରିଛି ଯେ ଏହା ଇରାନ ତାଙ୍କୁ ଯୁଦ୍ଧ ସମୟରେ ସେନାର ମୁଖ୍ୟ ଭାବେ ନିଯୁକ୍ତ କରିଥିଲା। 

ଇସ୍ରାଏଲ 'ଅପରେସନ୍ ରାଇଜିଂ ଲାୟନ୍' ଅଧୀନରେ ଇରାନର ମେଜର ଜେନେରାଲ ଗୁଲାମ ଅଲି ରସିଦଙ୍କୁ ହତ୍ୟା କରିଥିବା ଦାବି କରିଥିଲା। ଇରାନର ସମାଚାର ଏଜେନ୍ସି ତସନିମ୍ ଅନୁଯାୟୀ, ରସିଦଙ୍କ ମୃତ୍ୟୁ ପରେ ଅଲି ଶାଦମାନୀଙ୍କୁ ନୂତନ ସାମରିକ କମାଣ୍ଡର କରାଯାଇଥିଲା। ତାଙ୍କୁ 'ଖାତାମ୍ ଅଲ୍-ଅନ୍ବିୟା କେନ୍ଦ୍ରୀୟ ମୁଖ୍ୟାଳୟ'ର କମାଣ୍ଡ ଦାୟିତ୍ୱ ଦିଆଯାଇଥିଲା । 

ଶାଦମାନୀ ଥିଲେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ନିକଟତମ ସାମରିକ ପରାମର୍ଶଦାତା । ଶାଦମାନୀଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ IDF କହିଛି ଯେ ସୋମବାର ଓ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ତେହେରାନର କେନ୍ଦ୍ରୀୟ ଅଞ୍ଚଳରେ ଇସ୍ରାଏଲୀ ବାୟୁସେନା (IDF) ଦ୍ୱାରା କରାଯାଇଥିବା ଆକ୍ରମଣରେ ଶାଦମାନୀଙ୍କ ମୃତ୍ୟୁ ହୋଇଥିଲା । IDFର ଗୁଇନ୍ଦା ଶାଖା ଦ୍ୱାରା ସୂଚନା ଆଧାରରେ ଏହି ଆକ୍ରମଣ କରାଯାଇଥିଲା।

IDF ଅନୁଯାୟୀ, ଶାଦମାନୀ ଇରାନୀ ସଶସ୍ତ୍ର ବାହିନୀର ଜରୁରୀକାଳୀନ କମାଣ୍ଡ ଓ ଖାତାମ ଅଲ-ଆନବିୟା ମୁଖ୍ୟାଳୟର କମାଣ୍ଡର ଥିଲେ । ଯାହା ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC) ଓ ଇରାନୀ ସେନା ଉଭୟର ନେତୃତ୍ୱ ନେଉଥିଲା। ସେ ଇସ୍ରାଏଲ ବିରୋଧରେ ଇରାନର ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ। 

ଜୁନ୍ ୧୩ ତାରିଖରେ ଇସ୍ରାଏଲୀ ସୁରକ୍ଷା ବାହିନୀ ଦ୍ୱାରା ଅପରେସନ ରାଇଜିଂ ଲାୟନର ପ୍ରାରମ୍ଭିକ ଆକ୍ରମଣରେ ପୂର୍ବତନ ମେଜର ଜେନେରାଲ ଗୋଲାମ ଅଲି ରସିଦଙ୍କ ମୃତ୍ୟୁ ପରେ ତାଙ୍କୁ ଇରାନୀ ସଶସ୍ତ୍ର ବାହିନୀର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ଶାଦମାନୀଙ୍କ ମୃତ୍ୟୁ ଇରାନର ସାମରିକ କମାଣ୍ଡ ଗଠନ ପାଇଁ ଆଉ ଏକ ଗମ୍ଭୀର ଆଘାତ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.