ବ୍ରହ୍ମଗିରି ୧୯।୬: ପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନର ଅଷ୍ଟମ ଦିନ । ସେପଟେ ଅଣସର ଘରେ ଶ୍ରୀଜିଉ କିଭଳି ସୁସ୍ଥ ହେବେ ସେଥିପାଇଁ ସେବାୟତଙ୍କ ଦ୍ୱାରା ଚାଲିଛି ଉପଚାର ସେବା । ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କୁ ଦର୍ଶନ ନକରି ବ୍ୟାକୁଳ ବ୍ୟଥିତ ।
ଏହି ଅନବସରର ୧୪ ଦିନ ଦ୍ଵିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରିର ଅଲାରନାଥ ପୀଠକୁ ଯାଇ ଶିଳାବ୍ରହ୍ମ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରୁଛନ୍ତି ଭକ୍ତ । ବର୍ଷ ସାରା ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଯାହା ଏହି ଅନବସର ସମୟରେ ଅଲାରନାଥଙ୍କୁ ଥରେ ଦର୍ଶନ କରିବା ସଙ୍ଗେ ସମାନ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟୁଛି ଅଲାରନାଥଙ୍କ ପୀଠକୁ ।
ଗୁରୁବାର ଭୋର ୪ଟାରେ ଦ୍ୱାରଫିଟା ଯାଇ ୪ଟା ୧୫ମିନିଟ୍ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଚାଲିଛି ।
You Can Read:
୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ପିଇଓ ଅକୃର ମାଝୀ ଗିରଫ