ଦାରିଙ୍ଗବାଡ଼ି ୧୯।୬: ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି ଅକୃର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତର ପୂର୍ବତନ ପିଇଓ ହେଉଛନ୍ତି ଅକୃର ମାଝୀ । ତାଙ୍କ ନାଁରେ ପଞ୍ଚାୟତର ୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା । ବିନା କାମରେ ବିଲ୍ କରି ସରକାରୀ ଟଙ୍କା ହଡ଼ପ କରିଥିଲେ ଅକୃର ।
ସୂଚନାଯୋଗ୍ୟ ଯେ, ସରକାରୀ ଅର୍ଥ ଆତ୍ମସାତ ପାଇଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ସରାମୁଳି ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଦାରିଙ୍ଗବାଡି ବ୍ଲକ୍ ସରାମୁଳି ପଞ୍ଚାୟତର ପୂର୍ବତନ ପିଇଓ ଅକୃର ମାଝୀ ୫୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହେରଫେର କରିଥିବା ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରିଥିଲା । ତଦନ୍ତ ବେଳେ ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ଅକୃର ସରକାରୀ ପାଣ୍ଠିକୁ ହେରଫେର କରିଥିବା ଜଣାପଡ଼ିଥିଲା । ଅକୃର ଉକ୍ତ ପଞ୍ଚାୟତରେ କାର୍ଯ୍ୟ କରୁଥିବା ସମୟରେ ଅର୍ଥାତ୍ ୩୧.୧୦.୨୦୨୩ରୁ ୧୮.୧୧.୨୦୨୪ ମଧ୍ୟରେ ସରାମୁଳି ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ଗୁଡ଼ିକ କାର୍ଯ୍ୟକାରୀ ନକରି ୧୫ତମ CFC ଏବଂ ୫ତମ SFC ଅଧୀନରେ ୫୩,୩୮,୮୦୯/- ଟଙ୍କା ଆତ୍ମସାତ କରିଥିଲେ l
ତଦନ୍ତ ପରେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରିଥିଲା । ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ ଅଭିଯୁକ୍ତ ପୂର୍ବତନ ପିଇଓ ଅକୃର ମାଝୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।
You Can Read:
ଲଗାଣ ବର୍ଷାରେ ନଦୀରେ ବଢୁଛି ଜଳସ୍ତର, ପୋଲ ଉପରେ ଚାଲୁଛି ନଦୀଜଳ