ବାପା ସାଜିଲା ହତ୍ୟାକାରୀ, ଛୁରୀ ଭୁସି ମଦ୍ୟପ ପୁଅର ଜୀବନ ନେଲା

Published By : Prameya-News7 Bureau | January 11, 2025 IST

ବାଲିଗୁଡା ୧୧।୧: ବାପା ସାଜିଲା ହତ୍ୟାକାରୀ । ମଦ୍ୟପ ପୁଅକୁ ଛୁରୀ ଭୁସି କଲା ହତ୍ୟା । ମଦ୍ୟପ ପୁଅର ନିତିଦିନିଆ ଝଗଡ଼ାରେ ଅତିଷ୍ଠ ହୋଇ ଏଭଳି କାଣ୍ଡ ଭିଆଇଲା ବାପା । ବାଲିଗୁଡା ଥାନା ସିଂଘମିଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିଂଘମିଲା ଗାଁରେ ଶୁକ୍ରବାର ରାତିରେ ଜିତୁ ମଲିକ ଘରେ ସବୁଦିନ ଭଳି ଝଗଡ଼ା କରୁଥିଲେ । ଏଥିରେ ଅତିଷ୍ଠ ହୋଇ ବାପା ପ୍ରାଣେଶ୍ୱର ମଲିକ ଏକ ଧାରୁଆ ଛୁରୀ ଆଣି ପୁଅକୁ ଭୁସି ଦେଇଥିଲେ । ଫଳରେ ପୁଅର ମୃତ୍ୟୁ ହୋଇଯାଇଥିଲା । ତେବେ ଶନିବାର ସକାଳୁ ଖବର ପାଇ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାର ତଦନ୍ତ କରିବା ସହ ଜିତୁ ମଲିକଙ୍କ ମୃତଦେହ ଉଦ୍ଧାର କରିଥିଲା । ହତ୍ୟାକାରୀ ବାପା ପ୍ରାଣେଶ୍ୱରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ l


You Can Read:

ମକର ମେଳା ପାଇଁ ଟି-ସେତୁରେ ଯାନବାହାନ କଟକଣା, ଭିଡକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.