ଅଳ୍ପକେ ବର୍ତ୍ତିଲା ପୃଥିବୀ, ମଙ୍ଗଳ ଗ୍ରହ ସହ ଧକ୍କା ଲାଗିଲା ସୂର୍ଯ୍ୟରୁ ବାହାରିଥିବା ବିଶାଳ ସୌର ଝଡ଼

Published By : Prameya-News7 Bureau | June 16, 2024 IST

ୱାସିଂଟନ ୧୬।୬: ସୂର୍ଯ୍ୟରୁ ବାହାରିଥିବା ଏକ ବିଶାଳ ସୌର ଝଡ଼ ମଙ୍ଗଳ ଗ୍ରହ ସହ ଧକ୍କା ହୋଇଛି। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା ଏହି ସୂଚନା ଦେଇଛନ୍ତି। ନାସାଙ୍କ ଅନୁସାରେ ମେ ମାସ ଶେଷରେ ଏହି ଝଡ଼ ସୂର୍ଯ୍ୟଙ୍କ ଦେହରୁ ବାହାରିଥିଲା ଓ ସିଧାଶଳଖ ପୃଥିବୀକୁ ମୁହାଁଇଥିବା ବେଳେ ମଙ୍ଗଳ ଆଡକୁ ମୋଡି ଯାଇଛି। ଫଳରେ ଅରୋରା, ଅବଶୋଷିତ କଣ ଓ ବିକିରଣ ପ୍ରବାହ ମଙ୍ଗଳଗ୍ରହକୁ ଘେରି ଯାଇଛି। 

ଗତ ପ୍ରାୟ ଏକ ବର୍ଷ ହେଲା ସୂର୍ଯ୍ୟଙ୍କ ଗତିବିଦ୍ଧି ବଢି ଯାଇଛି। ସୂର୍ଯ୍ୟ ଏବେ ୧୧ ବର୍ଷର ସୌର ଚକ୍ରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଯାହାକୁ ବୈଜ୍ଞାନିକ ସୋଲାର ମ୍ୟାକ୍ସିମମ ବୋଲି କହନ୍ତି। ତେବେ ସବୁଠୁ ଯାହା ବଡ଼ କଥା ସୂର୍ଯ୍ୟରୁ ବାହାରିଥିବା ଏହି ଭୀଷଣ ଝଡ଼ ପ୍ରଥମେ ପୃଥିବୀକୁ ମୁହାଁଇଥିଲା। ତେବେ ପରେ ଏହାର ଦିଗ ମଙ୍ଗଳ ଗ୍ରହ ଆଡକୁ ବୁଲିଯାଇଥିଲା। ଫଳରେ ପୃଥିବୀକୁ ମୁହାଁଇଥିବା ବିପଦ ଟଳି ଯାଇଛି। 

ଆମେରିକୀୟ ମହାକାଶ ଏଜେନ୍ସୀ ନାସାଙ୍କ ଏକ ରିପୋର୍ଟରେ କୁହାଯାଇଛି ଚେ ଗତ ମାସମାନଙ୍କରେ ସୂର୍ଯ୍ୟରୁ ବାହାରିଥିବା ସୌର ଝଡ଼ ମଙ୍ଗଳ ଗ୍ରହକୁ ମୋଡି ଯାଇଛି। ଗତ ବର୍ଷେ ହେଲାଣି ସୂର୍ଯ୍ୟଙ୍କୁ ବେଶ୍ ସକ୍ରିୟ ଦେଖାଯାଉଥିଲା, କାରଣ ସୂର୍ଯ୍ୟ ଏବେ ୧୧ ବର୍ଷିଆ ସୌର ଚକ୍ରର ଚରମ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସୋଲାର ମ୍ୟାକ୍ସିମମ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି। ଏବେ ସୂର୍ଯ୍ୟରୁ ଏକ୍ସ-କ୍ଲାସ୍ ଫ୍ଲେୟାର ବାହାରୁଛି, ଏହି ସୋଲାର ଫ୍ଲେୟାରକୁ ସବୁଠୁ ଶକ୍ତିଶାଳୀ କୁହାଯାଉଛି। 

ଗତ ମେ ମାସରେ ସୂର୍ଯ୍ୟରୁ ବାହାରିଥିବା ଝଡ଼ ପୃଥିବୀରେ ରଙ୍ଗୀନ ଅରୋରାକୁ ଜନ୍ମ ଦେଇଥିଲା। ଏହାକୁ ଉତ୍ତର କାର୍ଲିଫର୍ଣ୍ଣିୟା ଓ ଆଲାବାମାରେ ଦେଖାଯାଇଥିଲା। ଖଗୋଳବିଦ୍ ମାନେ ମଙ୍ଗଳ ଗ୍ରହରେ ସୌରଝଡ଼ର ପ୍ରଭାବକୁ ପ୍ରତ୍ୟକ୍ଷ ରୂପେ ଜାଣିବା ପାଇଁ ଲୋହିତ ଗ୍ରହକୁ ପରିକ୍ରମା କରୁଥିବା ଅର୍ବିଟର ଓ ମଙ୍ଗଳ ପୃଷ୍ଠରେ ଚାଲୁଥିବା ରୋଭରକୁ ବ୍ୟବହାର କରୁଛନ୍ତି। ମହାକାଶ ଗତିବଦ୍ଧି ଉପରେ ନଜର ରଖିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଏକ୍ସ-ରେ ଓ ଗାମା-ରେ ଆଲୋକ ଗତିରେ ମଙ୍ଗଳକୁ ପହଞ୍ଚିଥିଲା,ଏହାର ୧୦ ମିନିଟ୍ ପରେ ଅବଶୋଷିତ କଣ ପହଞ୍ଚିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.