ଗ୍ରୀନ୍ ହାଉସ୍ ଗ୍ୟାସ୍ ବଦଳାଉଛି ଆମ ମହାସାଗରର ରୂପ, ଭୟଭିତ କଲା ଭଳି ଭିଡିଓ ସେୟାର କଲା NASA

Published By : Prameya-News7 Bureau | June 25, 2024 IST

ନୂଆଦିଲ୍ଲୀ: ପ୍ରକୃତି ସହ ମଣିଷଙ୍କ ଖେଳ ଯୋଗୁଁ ଗ୍ରୀନ୍ ହାଉସ୍ ଗ୍ୟାସର ପ୍ରଭାବ ବଢିବା କାରଣରୁ ମହାସାଗରର ସ୍ଥିତି ବଦଳିବାରେ ଲାଗିଛି । ନାସା ଏହାକୁ ନେଇ ଏକ ଭିଡିଓ ସେୟାର କରିଛି, ଯାହା ଲୋକଙ୍କୁ ଭୟଭିତ କରୁଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ କିପରି ଭାବେ ଗତ କିଛି ବର୍ଷରେ ପୃଥିବୀରେ ଗ୍ରୀନ୍ ହାଉସ୍ ଗ୍ୟାସ ଯୋଗୁଁ ଦ୍ରୁତ ପରିବର୍ତ୍ତନ ଘଟିଛି । ନାସା ଗ୍ରୀନ୍ ହାଉସ୍ ଗ୍ୟାସର ପୃଥିବୀର ଜଳ ଉପରେ ପଡ଼ୁଥିବା ପ୍ରଭାବକୁ ଦର୍ଶାଇ ଏକ ଭିଡିଓ ପୋଷ୍ଟ କରି ଲେଖିଛି, ପୃଥିବୀର ୭୦ ପ୍ରତିଶତ ଭାଗରେ ପାଣି ରହିଛି, ଏଥିପାଇଁ ସମୁଦ୍ର ପୃଥିବୀର ବୈଶ୍ୱିକ ଜଳବାୟୁର ପରିବର୍ତ୍ତନ ପାଇଁ ସବୁଠାରୁ ଅଧିକ ଦାୟୀ ଅଟେ ।

ନାସା ଗ୍ରୀନ୍ ହାଉସ୍ ଗ୍ୟାସ୍ ଉପରେ ନିଜ ପୋଷ୍ଟରେ ଲେଖିଛି, 'ଆମ ମହାସାଗର ବଦଳୁଛି'। ଆମେରିକୀୟ ସ୍ପେସ୍ ଏଜେନ୍ସି କହିଛି ଯେ ମାନବୀୟ ଗତିବିଧି ଦ୍ୱାରା ସୃଷ୍ଟି ଗ୍ୟାସଗୁଡିକ ମହାସାଗରକୁ ବଦଳାଉଛି । ଭିଡିଓ ବାବଦରେ ବିସ୍ତୃତ ଭାବେ କହିଛି, ନାସା କହିଛି ଯେ ଭିନ୍ନ ଭିନ୍ନ ରଙ୍ଗ ସମୁଦ୍ର ପୃଷ୍ଠର କରେଣ୍ଟ୍ସକୁ ହାରାହାରି ତାପମାତ୍ରାକୁ ଦର୍ଶାଉଛି । ଏଜେନ୍ସି କହିଛି ଯେ, ଗରମ ଧରାଯାଉଥିବା ରଙ୍ଗ ଯେପରି କି ଲାଲ, ନାରଙ୍ଗୀ ଏବଂ ହଳଦିଆ ଅଧିକ ତାପମାତ୍ରାକୁ ଦର୍ଶାଉଛି ଏବଂ ଥଣ୍ଡା ରଙ୍ଗ ସବୁଜ ଏବଂ ନୀଳ କମ ତାପମାତ୍ରାକୁ ଦର୍ଶାଉଛି । ଏହି ଭିଡିଓରେ ସମୁଦ୍ରରେ ତାପମାତ୍ରା ବୃଦ୍ଧିକୁ ସ୍ପଷ୍ଟ ଦେଖାଯାଇପାରିବ ।




ସୋସିଆଲ୍ ମିଡିଆରେ ସେୟାର କରାଯିବା ପରେ ଭିଡିଓକୁ 8.2 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି । ଏହା ବ୍ୟତୀତ ଭିଡିଓକୁ ପ୍ରାୟ 8 ହଜାରରୁ ଅଧିକ ଲାଇକ୍ ମିଳିସାରିଛି । ଏହାସହ ଲୋକମାନେ ଏହା ଉପରେ ଭିନ୍ନ ଭିନ୍ନ ରାୟ ମଧ୍ୟ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.