୨୯ ସେପ୍ଟେମ୍ବର ସକାଳ ସାଢ଼େ ୮ରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଆସାମରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା, ଜାଣନ୍ତୁ କାହିଁକି?

Published By : Prameya-News7 Bureau | September 28, 2024 IST

ଗୌହାଟୀ ୨୮।୯: ହିମନ୍ତ ବିଶ୍ୱା ଶର୍ମା ସରକାର ଏକ ବଡ଼ ନିଷ୍ପତ୍ତିରେ ୨୯ ସେପ୍ଟେମ୍ବର ରବିବାର ସକାଳ ସାଢେ ୮ରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ମୋବାଇଲ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିବ। କୁହାଯାଉଛି ଆସାମରେ ତୃତୀୟ ଶ୍ରେଣୀ ସରକାରୀ ପଦବୀ ନିମନ୍ତେ ରବିବାର ରାଜ୍ୟସ୍ତରୀୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଣୁ ପରୀକ୍ଷାର ପେପର ଲିକ୍ ଆଶଙ୍କାରେ ବିଶ୍ୱା ଶର୍ମା ସରକାର ଇଣ୍ଟରନେଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏ ନେଇ ସରକାରଙ୍କ ପକ୍ଷରୁ ଏକ ଅଧିକାରୀକ ଅଧିସୂଚନା ମଧ୍ୟ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ସ୍ୱତନ୍ତ୍ର, ନିରପେକ୍ଷ ଓ ପାରଦର୍ଶି ପରୀକ୍ଷା ପରିଚାଳନା ନିମନ୍ତେ ସାର୍ବଜନିକ ସୁରକ୍ଷା ଉପରେ ପ୍ରଭାବ ପକାଉଥିବା କୌଣସି ଆଇନ ଶୃଙ୍ଖଳା ପ୍ରସ୍ତାବ ରୋକିବା ଲାଗି ଭାରତୀୟ ଟେଲିଗ୍ରାଫ ଅଧିନିୟମ ୧୮୮୫ର ଧାରା ୫(୨)ର ପ୍ରାବଧାନ ଅନୁସାରେ  ଦୂରସଞ୍ଚାର ସେବାର ଅସ୍ଥାୟୀ ନିଲମ୍ବନ ନିୟମ ୨୦୧୭ ସହିତ ପଠିତ ଅଧିସୂଚନା ଜାରି କରାଯାଉଛି।

 ଏହା ଦ୍ୱାରା ୨୯ ସେପ୍ଟେମ୍ବର ୨୦୨୪ରବିବାର ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତସମଗ୍ର ଆସାମରେ ସବୁ ମୋବାଇଲ ସେବା ପ୍ରଦାତାଙ୍କ ମୋବାଇଲ ଇଣ୍ଟରନେଟ୍, ମୋବାଇଲ ୱାଇଫାଇ,ମୋବାଇଲ ଡାଟା ସେବା ଉପରେ ପ୍ରତିବନ୍ଧକ ଲଗାଯାଉଛି।


 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.