ସାମାନ୍ୟ ଝଗଡା ନେଲା ଉଗ୍ର ରୂପ, ସ୍କୁଲ ସାମ୍ନାରେ ଛାତ୍ରକୁ ଛୁରି ଭୁସିଲା ସହପାଠୀ

Published By : Prameya-News7 Bureau | June 28, 2024 IST

ଦିଗପହଣ୍ଡି ୨୮/୬: ସାମାନ୍ୟ ଝଗଡା ନେଲା ଉଗ୍ର ରୂପ । ସ୍କୁଲ ସାମ୍ନାରେ ଛାତ୍ରକୁ ଛୁରି ଭୁସିଲା ସହପାଠୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପାଟପୁର ଥାନା ରଘୁନାଥ ହାଇସ୍କୁଲର ଘଟଣା । ଛାତ୍ରଙ୍କ ଛାତିରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ଛାତ୍ର ନବମ ଶ୍ରେଣୀର । 

ପୂର୍ବରୁ ମଧ୍ୟ ଟ୍ୟୁସନରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।  ଆଜି କୌଣସି କଥାକୁ ନେଇ ୨ ଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଜଣେ ଉତ୍ତ୍ୟକ୍ତ ହୋଇ ଅନ୍ୟଜଣକୁ ଛୁରି ଭୁସି ଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣ କରିଥିବା ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.