କେବେ ସୁଧୁରିବ ଡ୍ରେନେଜ ବ୍ୟବସ୍ଥା ? ନର୍ଦ୍ଦମା ପାଣିରେ ଯାଆସ କରୁଛନ୍ତି ଲୋକେ

Published By : Prameya-News7 Bureau | June 30, 2024 IST

ବିନିକା ୩୦/୬: ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହର । ବର୍ଷା ଆରମ୍ଭରୁ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ଡ୍ରେନେଜ ସମସ୍ୟା ।  ରାସ୍ତା ଉପରେ ଲହଡି ମାରୁଛି ଅଳିଆ ଆବର୍ଜନାରେ ଭର୍ତ୍ତି କାଦୁଅ ପାଣି ।ସହରର ନୀଳକଣ୍ଠ ନଗର,ଜଗନ୍ନାଥ ନଗର,କଲେଜ ଛକ, ଡଭଲା ଛକ,ନୂଆବଜାର ଓ ବସଷ୍ଟାଣ୍ଡ ଆଦି ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି ।ଲୋକେ ନର୍ଦ୍ଦମା ପାଣିରେ ଯାଆସ କରୁଛନ୍ତି । ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ପାଇଁ ଭଙ୍ଗା ଯାଇଥିବାବେଳେ ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇଛି । ସେହି ଗାତରେ ବର୍ଷା ପାଣି ଜମି କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ସେହିପରି ରାସ୍ତା କଡରେ ଥିବା ଡ୍ରେନ ଗୁଡିକ ଅଧା ନିର୍ମାଣ ହୋଇ ପଡିରହିଥିବାରୁ ନର୍ଦ୍ଦମା ପାଣି ରାସ୍ତା ଉପରକୁ ଚାଲିଆସୁଛି ।

ପ୍ରତିବର୍ଷ ବର୍ଷା ଆସିଲେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ଜନସାଧାରଣ ।  ଲୋକେ ହନ୍ତସନ୍ତ ହେଉଥିବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସଫେଇ ଦେଇ କହିଛନ୍ତି ଡ୍ରେନେଜ ସମସ୍ୟା ଥିବା ସ୍ଥାନ ଗୁଡିକରେ ମେସିନ ଲଗାଇ ସଫା କରାଯାଉଛି । ବର୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । 


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.