ସୋର ଝିଙ୍କିରିଆ ଗାଁରେ ସିରିଜ୍ ଲୁଟ୍, ୩ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା,ସୁନା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 02, 2024 IST

ସୋର ୨/୭: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ଗାଁରେ ସିରିଜ ଲୁଟ୍‌ । ୩ ଜଣଙ୍କ ଘରୁ ସମାନ ଢଙ୍ଗରେ କଳାକନା ବୁଲାଇଛନ୍ତି ଲୁଟେରା । ୧୦ରୁ ଅଧିକ ଲୁଟେରା ସାମିଲ ଥିବା ସନ୍ଦେହ। ପୋଲିସର୍‌ ଛାନ୍‌ଭିନ୍‌ । ସୋମବାର ବିଳମ୍ବିତ ରାତିରେ ଜମ୍ମୁରେ ସିଆରପିଏଫ୍‌ ଯବାନ ଥିବା ରାଘବାନନ୍ଦ ମାଝୀଙ୍କ ଘରକୁ ଟାର୍ଗେଟ କରିଥିଲେ ଲୁଟେରା । ଯେଉଁ ରୁମ୍‌ରେ କେହି ଶୋଇନଥିଲେ ସେହି ଘରର ଝରକା ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ଗଡରେଜକୁ ତାଡି ଝିଅ ବାହାଘର ପାଇଁ ରଖାଯାଇଥିବା ସୁନା ଅଳଙ୍କାର ସମେତ ନଗଦ ୬୦ ହଜାର ଟଙ୍କା ଲୁଟିନେିଥିଲେ ।

ଏହା ପରେ ଗାଁର ରବୀନ୍ଦ୍ର ସେଠୀ ଓ ଅର୍ଜୁନ ବେହେରାଙ୍କ ଘରେ ସମାନ ଢଙ୍ଗରେ ଗ୍ରୀଲ ତାଡି ଘରକୁ ପଶିଥିଲେ । ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ୮୦ ହଜାରରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଲୁଟ୍‌ପାଟ୍‌ରେ ୧୦ରୁ ଅଧିକ ବ୍ୟକ୍ତି ସାମିଲ ଥିବା ସନ୍ଦେହ କରାଯାଉଛି । ସକାଳୁ ଉଠି ପରିବାର ଲୋକ ଚୋରି ହୋଇଥିବା ଜାଣିବା ପରେ ସିମିଳିଆ ଥାନାରେ ଅଭିଯୋଗ କରିଥିଲେ । ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.