ମହାନଦୀରୁ ଧରାପଡିଲା ବିରାଟକାୟ ବୁଦ ମାଛ,ବଜାରରେ ଚାହିଦା ଢେର୍

Published By : Prameya-News7 Bureau | July 01, 2024 IST

ବୌଦ୍ଧ ୧/୭: ଧୀବରଙ୍କ ଜାଲରେ ପଡିଲା ବିରାଟକାୟ ବୁଦ ମାଛ । ମାଛର ରେଟ୍‌ ପ୍ରାୟ ୧୦ ହଜାରରୁ ଅଧିକ । ବିରଳ ମାଛ ଦେଖିବାକୁ ବଜାରରେ ଲୋକଙ୍କ ଭିଡ । ଆଜି ମହାନଦୀରେ ଜଣେ ଧୀବର ମାଛ ଧରୁଥିବାବେଳେ ଜାଲରେ ପଡିଥିଲା ୪୦କେଜିର ବୁଦ ମାଛ । ଏହି ମାଛ ସାତକୋଶିଆରୁ ଆସିଥିବା ଅନୁମାନ କରାଯାଉଛି । ପ୍ରତିବର୍ଷ ମହାନଦୀରେ ଏପରି ବିରଳ ମାଛ ଦେଖିବାକୁ ମିଳିଥାଏ । ବର୍ଷା ହେଲେ ଗୋଳିଆ ପାଣି ଉପର ମୁଣ୍ଡରୁ ଆସିଲେ ସାତକୋସିଆ ଗଣ୍ଡରୁ ଉଠିଆସନ୍ତି ଏହି ମାଛ ।

ଧୀବର ଜଣକ ବିକ୍ରି କରିବାକୁ ସ୍କୁଟିରେ ମାଛ ଧରି ବଜାରକୁ ଆସିଥିଲେ । ସେଠାରେ ବୁଦ ମାଛ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ବଜାରରେ ଏହି ମାଛର ଚାହିଦା ଢେର୍‌ । ଲୋକେ ଏହି ମାଛକୁ ଖାଇବାକୁ ପସନ୍ଦ କରନ୍ତି । ମାଛଟିକୁ କିଛି ଲୋକ ମିଶି ଭାଗ କରି କିଣିନେଇଛନ୍ତି । ମାଛର ମୂଲ୍ୟ ପ୍ରାୟ ୧୦ ହଜାରରୁ ଅଧିକ ରହିଛି । ପୂର୍ବରୁ ମଧ୍ୟ ଅନେକ ଥର ଏହି ବିରଳ ପ୍ରଜାତିର ମାଛ ଧରିଥିବା କହିଛନ୍ତି ଧୀବର । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.