ଭୁବନେଶ୍ବର ୨୦।୨: ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା । ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ଛାନଭିନ ଜାରି ରଖିଛି । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଖୋଜୁଛି ନୟାପଲ୍ଲୀ ଥାନା ପୋଲିସ ।
wp:html /wp:htmlସୂଚନାଯୋଗ୍ୟ ଯେ, ଦୁଇ ଜଣ ଯୁବତୀ ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଗୋଟିଏ ବାଇକ୍ରେ ଆସି ଜଣେ ଯୁବତୀଙ୍କ ହାତରୁ ମୋବାଇଲ ଫୋନ୍ ଛଡାଇ ନେଇଥିଲେ । ଦୁର୍ବୃତ୍ତ ଦୁଇ ଜଣ ମୋବାଇଲ ଛଡାଇ ନେଇ ଜୟଦେବବିହାର ଆଡ଼କୁ ପଳାଇ ଯାଇଥିଲେ । ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ ଜାରି ରଖିଛି । ଦୁର୍ବୃତ୍ତ ଦୁଇ ଜଣଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।
You Can Read :
wp:embed {"url":"https://www.prameyanews7.com/murder-case-in-jagatsinghpur-ogarapur-village/","type":"wp-embed","providerNameSlug":"prameya-news-7"} /wp:embed