ଆଗାମୀ ଦିନରେ ବିଜେଡିରେ ଅନେକ କିଛି ଘଟିବାକୁ ଯାଉଛି, ଅମରଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର

Published By : Prameya-News7 Bureau | October 17, 2024 IST

ଭୁବନେଶ୍ଵର: ରାଜନୀତିରେ ପୁଣି ଚର୍ଚ୍ଚା ବଢ଼ାଇଲା ଅମରଙ୍କ ବୟାନ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ, ଦଳରେ ପୁଞ୍ଜିଭୂତ ଅସନ୍ତୋଷ ଥିଲା । କିନ୍ତୁ କେହି କହୁନଥିଲେ । ସେ ମୁହଁ ଖୋଲିବା ଆରମ୍ଭ କରିବା ପରେ ଧୀରେ ଧୀରେ ବାସ୍ତବତାକୁ ବୁଝୁଥିବା ନେତାମାନେ କହିବା ଆରମ୍ଭ କରିଛନ୍ତି । ଅମର ଆହୁରି ବି କହିଛନ୍ତି ଯେ, ଆଗାମୀ ଦିନରେ ବିଜେଡିରେ ଅନେକ କିଛି ଘଟିବାକୁ ଯାଉଛି। ଦୁଇ ଜଣ ରାଜ୍ୟସଭା ସାଂସଦଙ୍କ ଇସ୍ତଫା ପରେ ଅନେକ ନେତା ଲାଇନରେ ଅଛନ୍ତି । ଆଗାମୀ ଦିନରେ ଏହି ନେତାମାନେ ବିଜେଡି ଛାଡ଼ିବେ ବୋଲି ଭବିଷ୍ୟବାଣୀ କରିଛନ୍ତି ଅମର ଶତପଥୀ । 

ଜବାବରେ ବିଜେଡି ନେତା ସୁଧୀର ସାମଲ କହିଛନ୍ତି ଦଳ ଯେତେବେଳେ ହାରେ ସେତେବେଳେ ଏମିତି ଆରୋପ ପ୍ରତ୍ୟାରୋପ ଚାଲେ । ଏଥିରେ କିଛି ନୂଆ କଥା ନାହିଁ । ଆଜି ଦଳ ଯଦି ଜିତିଥାନ୍ତା ତାହେଲେ ଏଇ ନେତା ମାନେହିଁ ବାହାବା ନେଇଥାନ୍ତେ । ସେପଟେ ଏହି ପ୍ରସଙ୍ଗରେ ବିଜେପି ନେତା ଅମର ନାୟକ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । 

Also read: ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି, ଜିଲ୍ଲାର ପିଲାଙ୍କୁ ସପ୍ତାହେ ସ୍କୁଲ ନ ଛାଡ଼ିବାକୁ ନିଷ୍ପତ୍ତି

ତାଙ୍କୁ କାଉଣ୍ଟର କରିଥିବା ଦଳର ନେତାଙ୍କୁ ମଧ୍ୟ ଦି’ପଦ ଶୁଣାଇଛନ୍ତି ଅମର । ସେ କହିଛନ୍ତି, ଦଳରେ ସଂସ୍କାର ଆଣିବା ଲାଗି ସ୍ଥିତିରେ ସୁଧାର ଆଣିବା ଲାଗି କହିଥିଲେ, କିନ୍ତୁ ତାକୁ ଭୁଲ ବାଟରେ ନେଇ ଅଣନିଶ୍ବାସୀ ଥିବା କୁହାଗଲା । ଯିଏ ଅଣନିଶ୍ବାସୀ ଶବ୍ଦଟି ଲଗେଇଛନ୍ତି ସେ କେତେ ଅମ୍ଳଜାନ କି ଅଙ୍ଗାରକାମ୍ଳ ପାଉଛନ୍ତି ଜାଣିନି । କିନ୍ତୁ, ଯେଉଁମାନେ ଏଭଳି ଅପରିପକ୍ବ ମନ୍ତବ୍ୟ ଦେଉଛନ୍ତି ତାଙ୍କ ପ୍ରତି ମୋର ଦୟା ଆସୁଛି । ଯେଉଁମାନେ ବିଜୁ ଜନତା ଦଳ ଗଠନରେ ନଥିଲେ, ସେମାନେ ବର୍ତ୍ତମାନ ଆସି କ୍ୟାମେରା ସାମ୍ନାରେ ବହୁତ କଥା କହୁଛନ୍ତି । ଏଭଳି ବୟାନବାଜି ହିଁ କହୁଛି, ବିଜେଡି ବର୍ତ୍ତମାନ ବାସ୍ତବତା ଠାରୁ କେତେ ଦୂରରେ ରହିଛି । ଏଥି ସହ ବୟାନବାଜି କରୁଥିବା ନେତାମାନେ ବାସ୍ତବତାକୁ ବୁଝିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଅମର ଶତପଥୀ । 

ସେପଟେ ଅମର ଶତପଥୀଙ୍କ ଏଭଳି ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ସୁଧୀର ସାମଲ । ସେ କହିଛନ୍ତି, ଏହା ହେଉଛି ଚିରାଚରିତ କଥା ।  ଯେତେବେଳେ ଦଳ ହାରେ ସେତେବେଳେ ଏମିତି ଆରୋପ ପ୍ରତ୍ୟାରୋପ ଚାଲେ । ଏଥିରେ କିଛି ନୂଆ କଥା ନାହିଁ । ଆଜି ଦଳ ଯଦି ଜିତିଥାନ୍ତା ତାହେଲେ ଏଇ ନେତା ମାନେହିଁ ବାହାବା ନେଇଥାନ୍ତେ।


ଯେତେବେଳେ  ବଡ଼ଚଣା ବିଜେଡି ନେତା ଅମର ଶତପଥୀଙ୍କ ଭବିଷ୍ୟବାଣୀ କଥା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ସେତେବେଳେ ଖୋଦ୍ ବଡ଼ଚଣାର ବିଜେପି ବିଧାୟକ ଏ ବାବଦରେ ପ୍ରତିକ୍ରିୟା ଛାଡ଼ିଛନ୍ତି । କହିଛନ୍ତି ଯିଏ ଆମ ଦଳକୁ ଆସିବେ ତାଙ୍କୁ ସ୍ବାଗତ କରାଯିବ । ଏହା ଦ୍ବାରା ଆମ ଦଳର କାୟା ବୃଦ୍ଧି ହେବ । ଯିଏ ସାଧାରଣ ଲୋକଙ୍କ ସହ ରହିବେ ନାହିଁ, ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ଅମର ନାୟକ । ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଏଭଳି ବୟାନବାଜି ଜାରି ରହିଛି । ଦଳର ଏକାଧିକ ନେତା ନିଜର ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଏହା ରାଜନୀତିକୁ ଖୋରାକ୍ ଯୋଗାଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.