ପିଲାଦିନେ ଫ୍ୟାନ୍ସି ଡ୍ରେସରେ ହେଉଥିଲେ ମିସ୍ ଇଣ୍ଡିଆ, ଏବେ ସତ ସତିକା ଫେମିନା ମିସ୍ ଇଣ୍ଡିଆ

Published By : Prameya-News7 Bureau | October 17, 2024 IST

ନୂଆଜିଲ୍ଲୀ 17/10 : ଫେମିନା ମିସ୍ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ ସରିଛି। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟରେ ବାଜି ମାରିନେଇଛନ୍ତି ମଧ୍ୟପ୍ରଦେଶର ଉଜୈନର ନିକିତା ପୋରୱାଲ। ସେ ଫେମିନା ମିସ୍ ଇଣ୍ଡିଆ ୨୦୨୪ର ପିନ୍ଧିଛନ୍ତି ମୁକୁଟ। ତାଙ୍କୁ ଫେମିନା ମିସ୍ ଇଣ୍ଡିଆର ଆଖ୍ୟା ମିଳିଛି। ଏହି କାର୍ଯ୍ୟକ୍ରମ ମୁମ୍ବାଇର ୱର୍ଲିରେ ଆୟୋଜିତ ହୋଇଥିଲା। ଗତ ବର୍ଷର ବିଜେତା ନନ୍ଦିନୀ ଗୁପ୍ତା ତାଙ୍କୁ ମୁକୁଟ ପିନ୍ଧିଥିବାବେଳେ ନେହା ଧୁପିଆ ତାଙ୍କୁ ମିସ୍ ଇଣ୍ଡିଆ ସ୍ୟାସ୍ ପ୍ରଦାନ କରିଥିଲେ। l ତେବେ ବଡ଼ କଥା କଣ ଜାଣିଛନ୍ତି , ପିଲାଦିନେ ଫ୍ୟାନ୍ସି ଡ୍ରେସରେ  ପ୍ରତିଯୋଗୀତାରେ ହେଉଥିଲେ ମିସ୍ ଇଣ୍ଡିଆ ଆଜି ସେ ସତ ମିସ୍ ଇଣ୍ଡିଆ। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ଯାତ୍ରା।  

ନିକିତା ମଡେଲ୍  ହେବା ସହ ଜଣେ ଆର୍ଟିଷ୍ଟ। ସେ କାର୍ମେଲ୍ କନଭେଣ୍ଟ ସିନିଅର ସେକେଣ୍ଡାରୀ ସ୍କୁଲ୍ ରୁ ନିଜ ପାଠପଢ଼ା ପୂରା କରିଛନ୍ତି। ଏହା ବ୍ୟତୀତ ନିକିତା ପରଫର୍ମିଂ ଆଟ୍ସରେ ବ୍ୟାଚଲର ଡିଗ୍ରୀ ସମାପ୍ତ କରିଛନ୍ତି। 18ବର୍ଷ ବୟସରେ  ସେ ଟିଭି ଶୋ ହୋଷ୍ଟରୁ ନିଜ କରିୟର ଆରମ୍ଭ କରିଥିଲେ।  ନିକିତା ରାଇଟିଂ, ପେଟିଂ, ବହି ପଢ଼ିବାର ସଉକ ରଖନ୍ତି। ସେ ପଶୁପକ୍ଷୀମାନଙ୍କୁ ବି ସାହାଯ୍ୟ କରିଥାଏ। ଏହିଭଳି ଭାବରେ ନିକିତା କୁହନ୍ତି ତାଙ୍କ ପ୍ରଥମ ପ୍ରେମ ଥିଏଟର। 

2022ରେ ଶ୍ରୀ ରାମଲୀଳାରେ ସେ ସୀତାଙ୍କ ଚିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ 60 ଟି ପ୍ଲେ କରିଛନ୍ତି। ଅଭିନୟ ସହ ଲେଖିବାକୁ ବି ପସନ୍ଦ କରନ୍ତି ନୀକିତା। ସେ ଜାତୀୟ  ଓ ଅନ୍ତର୍ଜାତୀୟ ପ୍ଲେ ବି ଲେଖିଛନ୍ତି। 250 ପୃଷ୍ଠାର କୃଷ୍ଣଲୀଳା ପ୍ଲେ ବି ସାମିଲ୍। ନିକିତା କୁହନ୍ତି ଥିଏଟରରେ ମିଳିଥିବା ଶିକ୍ଷାର କାମ ଆସିଥିଲା ମିସ୍ ଇଣ୍ଡିଆ ଯାତ୍ରାରେ। ତେବେ ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କର ଜଣେ ବଡ଼ ଫ୍ୟାନ୍। ତାଙ୍କୁ ସେ  ଅନୁସରଣ କରନ୍ତି। 

ଥିଏଟର, ବିୟୁଟି କଣ୍ଟେଷ୍ଟ ପରେ ନିକିତା ଖୁବଶୀଘ୍ର ‘ଚାମ୍ବଲ ପ୍ୟାର୍‌’ ଫିଲ୍ମରେ ନଜର ଆସିବେ। ତେବେ ଜିତିବା ପରେ ନିକିତା କହିଛନ୍ତି, ମୁଁ ଆଜି ବହୁତ ଖୁସି। ପିଲାଦିନର ମିସ୍ ଇଣ୍ଡିଆ ଭି ସଜାଉଥିଲେ ମୋ ମା ଆଜି ଯାହା ସତରେ ପରିଣତ ହୋଇଛି। ଥିଏଟର ମା' ସୀତାଙ୍କ ଚିତ୍ରରେ ଅଭିନୟ କରୁଥିଲି। ଆଜି ମିସ୍ ଇଣ୍ଡିଆ ହୋଇ ଭାରି ଖୁସି ଲାଗୁଛି।  

Also Read- ଟି-ସିରିଜ୍ ମାଲିକାଣୀଙ୍କୁ ପାଗଳ କହିଲେ କରଣ ଜୋହର, ରାଗିକି ଆଲିଆଙ୍କୁ କଲେ ସମାଲୋଚନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.